ନୂଆଦିଲ୍ଲୀ,୨୬।୨: ଜାତୀୟ ଶୈକ୍ଷିକ ଗବେଷଣା ଏବଂ ତାଲିମ ପରିଷଦ (NCERT) ୮ମ ଶ୍ରେଣୀ ପାଠ୍ୟପୁସ୍ତକରୁ ବିବାଦୀୟ ଅଧ୍ୟାୟକୁ ହଟାଇ ଦେଇଛି। କିନ୍ତୁ ୩୮ଟି କପି ଏହା ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଶିକ୍ଷା ମନ୍ତ୍ରଣାଳୟ ବିକ୍ରି ହୋଇଥିବା ୩୮ଟି ପାଠ୍ୟପୁସ୍ତକକୁ ଫେରାଇ ନେବାକୁ ଚେଷ୍ଟା କରୁଛି।
ମୁଦ୍ରିତ ୨.୨୫ ଲକ୍ଷ କପି ମଧ୍ୟରୁ କେବଳ ୩୮ଟି ବିକ୍ରି ହୋଇଛି, ୨୨୪,୯୬୨ଟି ଇନଭେଣ୍ଟରୀରେ ବାକି ରହିଛି। ସମସ୍ତ ବିକ୍ରୟ ନ ହୋଇଥିବା କପି NCERT ଗୋଦାମକୁ ଫେରାଇ ନିଆଯାଇଛି ଏବଂ ବିକ୍ରୟ ନ ହୋଇଥିବା କପିଗୁଡ଼ିକୁ ଖୋଜି ବାହାର କରିବା ପାଇଁ ପ୍ରୟାସ ଚାଲିଛି।
ସୂଚାଯୋଗ୍ୟ,ଏନ୍ସିଇଆର୍ଟିର ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକର ଏକ ଅଧ୍ୟାୟରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ସଂକ୍ରାନ୍ତ ବିଷୟ ସ୍ଥାନ ପାଇବା ନେଇ ବିବାଦ ଉପୁଜିଛି। ଏହା ଉପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ କ୍ଷୋଭ ପ୍ରକାଶ କରି ଆପତ୍ତି ଉଠାଇଛନ୍ତି। ସେ ଏହାକୁ ଯୋଜନାବଦ୍ଧ ଓ ଗଭୀର ଷଡ଼ଯନ୍ତ୍ର ବୋଲି କହିଛନ୍ତି। ବିବାଦ ପରେ ଏନ୍ସିଇଆର୍ଟି କ୍ଷମା ମାଗିବା ସହ ନିଜ ଓ୍ବେବ୍ସାଇଟ୍ରୁ ବହିକୁ କାଢ଼ି ନେଇଛି। କେନ୍ଦ୍ରର ନିର୍ଦ୍ଦେଶକ୍ରମେ ପୁସ୍ତକ ପ୍ରସାରଣକୁ ବନ୍ଦ କରାଯାଇଥିବାବେଳେ ବିବାଦୀୟ ଅଧ୍ୟାୟ ହଟାଇବା ପାଇଁ ଏନ୍ସିଇଆର୍ଟି ନିଷ୍ପତ୍ତି ନେଇଛି।