ମାଲିକଙ୍କ ଆଖି ଆଗରେ ଜଳିଲା କଣ୍ଟେନର

ଗୋପାଳପୁର,୨୯ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ. ଜାତୀୟ ରାଜପଥ ଗୋଳନ୍ଥରା ଥାନା ଅଧୀନ କନିଶିହାଟ ନିକଟ ରାସ୍ତାରେ ଏକ କଣ୍ଟେନର ହୁତହୁତ ହୋଇ ଜଳି ଯାଇଛି। କଣ୍ଟେନରକୁ ମାଲିକ ସାୱନ ଚୌଧୁରୀ ନିଜେ ଚଳାଉଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସାୱନ କଣ୍ଟେନରକୁ କନିଶି ଗାଁ ଦେଇ ବୁଲାଇ ବ୍ରହ୍ମପୁର ମହାନଗରକୁ ଲୋଡିଂ କରିବାକୁ ଯାଉଥିବା ବେଳେ ହଠାତ ଷ୍ଟେରିଙ୍ଗ ତଳରୁ ନିଆଁ ଲାଗି ଗାଡିର କେବିନ ଭିତରକୁ ବ୍ୟାପୀ ଯାଇଥିଲା। ମାଲିକ ସାୱନ ଓହ୍ଲାଇ ପଡ଼ିଥିଲେ। ଖବର ପାଇ କନିଶି ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଗାଡିର ପ୍ରମୁଖ ଭାଗ ସହ ପ୍ରାୟ ୫୦ ପ୍ରତିଶତ ପୋଡିଯାଇଛି। ଅନ୍ୟପକ୍ଷେ ଇଚ୍ଛାପୁର-ବ୍ରହ୍ମପୁର ରାସ୍ତାରେ କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା।