ଲଶ୍କର ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କ: ୪ ଗିରଫ

ଶ୍ରୀନଗର, ୨।୯: ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ସହିତ ସମ୍ପର୍କ ରଖିଥିବା ୪ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କୁ ଜମ୍ମୁ-କଶ୍ମୀରର ବୁଦ୍‌ଗାମ୍‌ର ବେରଓ୍ବାହାର ପେଥ୍‌କୋଟ୍‌ ଅଞ୍ଚଳରୁ ଗିରଫ କରାଯାଇଛି। ସେମାନଙ୍କୁ ଶକିଲ ଅହମ୍ମଦ ଓ୍ବାନୀ, ଶୋଓ୍ବାକତ୍‌ ଅହମ୍ମଦ୍‌, ଅକ୍ୱିବ୍‌ ମକବୁଲ୍‌ ଖାଁ ଏବଂ ଅଜାଜ୍‌ ଅହମ୍ମଦ୍‌ ଡାର୍‌ ଭାବେ ଚିହ୍ନଟ କରାଯାଇଛି। ଏନେଇ କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ପୋଲିସ ଏବଂ ୫୩ ଆର୍‌ଆର୍‌ ଯବାନଙ୍କ ମିଳିତ ଅପରେଶନ୍‌ରେ ସେମାନଙ୍କୁ ଧରା ଯାଇଥିଲା। ସେମାନଙ୍କ ପାଖରୁ ଏକେ-୪୭, ୫ ଡିଟୋନେଟର ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

Share