ବିଏଫ୍‌ଆଇଏଲ୍‌ ପକ୍ଷରୁ ଗ୍ରାହକ ସଚେତନତା ଅଭିଯାନ

ଭୁବନେଶ୍ୱର,୨୯।୫: ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କର ୧୦୦% ସହାୟକ ସଂସ୍ଥା ଭାରତ ଫାଇନାନ୍ସିଆଲ ଇନ୍‌କ୍ଲୁଜନ୍‌ ଲିମିଟେଡ୍‌ (ବିଏଫ୍‌ଆଇଏଲ୍‌) ପକ୍ଷରୁ ନିକଟରେ ଏକ ଅଭିନବ ଗ୍ରାହକ ସଚେତନତା ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଉପସ୍ଥିତିରେ ଉକ୍ତ ଗ୍ରାହକ ସଚେତନତା ଅଭିଯାନ ଓଡିଶା ବଜାରରେ ଶୁଭାରମ୍ଭ କରାଯାଇଛି। ଉକ୍ତ ଅଭିଯାନରେ ୫ଟି ଆନିମେଟେଡ୍‌ ଭିଡିଓ ଅନ୍ତର୍ଭୁକ୍ତ ରହିଛି, ଯେଉଁଥିରେ ‘ଭାରତୀ ଦିଦି’ ନାମକ କାଳ୍ପନିକ ଚରିତ୍ର ରହିଛି। ସେହିଭଳି ୨ଟି ସ୍ବାଧୀନ ଭିଡିଓ ରହିଛି, ଯେଉଁଥିରେ ରାମାୟଣର ଅଭିନେତା ଅରୁଣ ଗୋଭିଲ ମଧ୍ୟ ଅଭିନୟ କରିଛନ୍ତି। ଏପରିକି ଭାରତୀ ଦିଦି ଓ ଅରୁଣ ଗୋଭିଲ୍‌ ଗ୍ରାହକମାନଙ୍କୁ ଉକ୍ତ ଅଭିଯାନ ସହ ଆର୍ଥିକ ବିଷୟର ଗୁରୁତ୍ୱ ବିଷୟରେ ବୁଝାଉଛନ୍ତି। ବିଶେଷ କରି ଗ୍ରାହକଙ୍କ ସଞ୍ଚୟ ବଢ଼ାଇବା ଏବଂ ଫିକ୍ସଡ୍‌ ଡିପୋଜିଟ୍‌ (ଏଫ୍‌ଡି) ଓ ରିକରିଂ ଡିପୋଜିଟ୍‌ (ଆର୍‌ଡି) ଭଳି ଅନ୍ୟାନ୍ୟ ନିବେଶ ଉପତ୍ାଦ ବିଷୟରେ ପରାମର୍ଶ ଦେଉଥିବା ବେଳେ ସୁରକ୍ଷିତ ଭାବେ ନଗଦ ରାଶି ଉଠାଣ ଏବଂ ବାୟୋ-ସ୍ଥାପିତ ଠକେଇକୁ ଏଡ଼ାଇବା ଉପରେ ଉଭୟ ବିସ୍ତୃତ ଆଲୋକପାତ କରିଛନ୍ତି।
ଏ ସମ୍ପର୍କରେ ବିଏଫ୍‌ଆଇଏଲର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଜେ.ଶ୍ରୀଧରନ କହିଛନ୍ତି, ଆମେ ଆମ ନିଷ୍ପତ୍ତି ଗ୍ରହଣରେ ପ୍ରଥମେ ଆମ ଗ୍ରାହକମାନଙ୍କ କଲ୍ୟାଣକୁ ସର୍ବଦା ରଖିଥାଉ। ଏପରିକି ଶିଳ୍ପରେ ଦୁଇ ଦଶନ୍ଧିର ଅଭିଜ୍ଞତା ଓ ମୁଖ୍ୟତଃ ମହିଳା ଲଘୁ ଉଦ୍ୟୋଗୀଙ୍କ ଭଳି ଉପେକ୍ଷିତ ଗ୍ରାହକଙ୍କ ସହ ପ୍ରତି ସପ୍ତାହରେ କ୍ଷେତ୍ରାଞ୍ଚଳର ଗ୍ରାହକଙ୍କ ଯୋଡ଼ି ହୋଇରହିବା ଦ୍ୱାରା ଆମେ ସେମାନଙ୍କ କଷ୍ଟକୁ ଭଲ ଭାବେ ବୁଝିପାରିଛୁ। ଫଳରେ ଉପତ୍ାଦର ଦାୟିତ୍ୱବାନ ବ୍ୟବହାର ସହିତ ଠକେଇଠାରୁ ନିଜକୁ ଦୂରେଇ ରଖି ପରିଶେଷରେ ଆର୍ଥିକ ସ୍ବାଧୀନତା ହାସଲ କରିବା ପାଇଁ ଜ୍ଞାନ ଭିତ୍ତିକ ବାର୍ତ୍ତା ସହ ଉକ୍ତ ଅଭିଯାନ ଜରିଆରେ ଆବଶ୍ୟକ କାର୍ଯ୍ୟ ପୂରଣ ଲକ୍ଷ୍ୟ ରଖାଯାଇଛି।