ବଟେଶ୍ୱରକୁ ସଂଯୋଗ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ

ଗଞ୍ଜାମ,୧୭ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବଟେଶ୍ୱର ପୀଠରୁ ୧୬ନଂ. ଜାତୀୟ ରାଜପଥକୁ ସଂଯୋଗ ନିମନ୍ତେ ନିର୍ମାଣଧୀନ ରାସ୍ତା କାର୍ଯ୍ୟ ବିଳମ୍ବ ଯୋଗୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ପର୍ଯ୍ୟଟକମାନଙ୍କ ସମେତ ଯାତାୟତ ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୩ ଗ୍ରାମର ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ସମସ୍ୟା ନେଇ ବଟେଶ୍ୱର ଐତିହ୍ୟ ସଂରକ୍ଷଣ କମିଟି ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ଅସନ୍ତୋଷ ପ୍ରକାଶ କରାଯିବା ସହ ଏନେଇ ଜିଲାପାଳଙ୍କୁ ଅବଗତ କରାଯିବାକୁ ନିଷ୍ପତି ହୋଇଛି। ପ୍ରତି ସଂକ୍ରାନ୍ତି ଓ ସୋମବାର ବଟେଶ୍ୱର ପୀଠରେ ଭକ୍ତଙ୍କ ଭିଡ଼ ହେଉଛି। ରାସ୍ତା ନିର୍ମାଣ ପାଇଁ ଦୀର୍ଘ ଦିନ ହେଲା ରାସ୍ତା ପାର୍ଶ୍ୱରେ ଖୋଳି ପକାଯାଇଥିବାରୁ ଯାନବାହାନ ଯିବା ଆସିବାରେ ସମସ୍ୟା ହେଉଛି। ପ୍ରଶାସନ ପକ୍ଷରୁ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ୬ଟି ଗ୍ରାମର ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି। ସୂଚନାଯୋଗ୍ୟ ଯେ ଉକ୍ତ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି। ରାସ୍ତା ନିର୍ମାଣ ପାଇଁ ଉକ୍ତ ବିଭାଗ ପକ୍ଷରୁ ପ୍ରାୟ ୫ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଦେଶ ପାଇଥିବା ଠିକାଦାର ଜଣକ ନିର୍ମାଣ କାର୍ଯ୍ୟ ଠିକ ଭାବେ ତ୍ୱରାନ୍ବିତ କରନାହାନ୍ତି। ଫଳରେ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଛି ବୋଲି ବଟେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅଭିଯୋଗ ହୋଇଛି

Dharitri – Odisha’s No.1 Odia Daily

Share