ସୋନପୁର,୭।୧୧(ମୃତ୍ୟୁଞ୍ଜୟ ଶତପଥୀ): ଡ୍ୟୁଟି ସମୟରେ ଶୁକ୍ରବାର ଟଳିପଡ଼ିଲେ କନଷ୍ଟେବଳ। ସୁବର୍ଣ୍ଣପୁର ଜିଲା ପୋଲିସ ବିଭାଗରେ କାର୍ଯ୍ୟରତ କନଷ୍ଟେବଳ ସରୋଜ କୁମାର ପ୍ରଧାନଙ୍କ ମୃତ୍ୟୁ ହୋଇଛି । ସରୋଜ ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ଥିଲେ। ଶୁକ୍ରବାର ଉଲୁଣ୍ଡାରେ ଆୟୋଜିତ ହେବାକୁ ଥିବା ଏକ ରାଲିରେ ଡ୍ୟୁଟି ପାଇଁ ସେ ଯାଇଥିଲେ। ତେବେ ଡ୍ୟୁଟିରେ ଥିବା ସମୟରେ ସେ ହଠାତ୍ ତଳେ ପଡିଯାଇଥିଲେ। ଉଲୁଣ୍ଡା ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସରୋଜଙ୍କ ମୃତ୍ୟୁରେ ଜିଲା ପୋଲିସ ବିଭାଗ ସମେତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।