ହଜିଯାଉଥିବା ମୁହୁରୀର ସଂରକ୍ଷଣ-ପ୍ରସାରଣ ପଦକ୍ଷେପ ଆବଶ୍ୟକ

ପଦ୍ମପୁର,୧୪।୭(ପ୍ରଦୀପ୍ତ ଦାଶ): ସୋମବାର ସ୍ଥାନୀୟ ଟାଉନ ହଲରେ, ସଙ୍ଗୀତ ସମିତି ପଦ୍ମପୁର ଆନୁକୁଲ୍ୟରେ ୫ମ ବୋଡା ସମ୍ବର ମୁହୁରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଇ ଅବସରରେ ବୋଡା ସମ୍ବରର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକ କଳାକାରମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।

ପରେ ଆୟୋଜିତ ସଭାରେ ପ୍ରଫେସର କେଶରଞ୍ଜନ ପ୍ରଧାନସଭାପତିତ୍ୱ କରିଥିବାବେଳେ ପଦ୍ମପୁର ଅତିରିକ୍ତ ଜିଲାପାଳ କୁନାଲ ମୋତିରାମ ଚୌହାନ ମୁଖ୍ୟଅତିଥି ଭାବେ ଯୋଗଦେଇ, ମାଁ ସମଲେଇଙ୍କ ପ୍ରତିକୃତିରେ
ପୂଜାର୍ଚ୍ଚନା ପୂର୍ବକ, ଉତ୍ସବକୁ ଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ।

ନାଟ୍ୟକାର ଅଶୋକ ବହିଦାର, ନୃତ୍ୟଗୁରୁ ସୁରେନ୍ଦ୍ର ସାହୁ, ଅଭିନେତା ବିଶ୍ରାମ ମେହେର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ମୁହୁରୀ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ।

ହଜିଯାଉଥିବା ମୁହୁରୀର ସଂରକ୍ଷଣ ଓ ପ୍ରସାରଣ ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବାପାଇଁ ମତ ପ୍ରକାଶ ପାଇଥିଲା। ସମ୍ପାଦକ ରମେଶ ଗୁର୍ଲାଙ୍କ ସଂଯୋଜନାରେ ସମସ୍ତ ଲୋକ କଳାକାର ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ସଭାପତି ରାଜେଶ ଗୁର୍ଲ୍ଲା ଧନ୍ୟବାଦ ଅର୍ପଣ କରିଥିଲେ।

ପରେ କଳାକାରମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ ପରିଚାଳନାରେ ଗୋପବନ୍ଧୁ ଶିକା, ଅଶ୍ୱିନୀ ପଟେଲ, ଆଶିଷ କନ୍ଧେର, ବୁଲୁ ବଇକାର, ଦିବ୍ୟ କିଶୋର ବରିହା , ଦୀନବନ୍ଧୁ ବାରିକ, ଅଜିତ ବିଶ୍ୱାସ, ଟେନେସ ପଣ୍ଡା ସମସ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

Share