ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ ଯୁବ କଂଗ୍ରେସ ଆସନ୍ତା ୧୬ ତାରିଖରେ ସଂସଦ ଘେରାଉ ଆନ୍ଦୋଳନ କରିବାକୁ ଶନିବାର ଘୋଷଣା କରିଛି।
ଏକ ଖବରଦାତା ସମ୍ମିଳନୀକୁ ଉଦ୍ବୋଧନ କରି ଦିଲ୍ଲୀ ଯୁବକଂଗ୍ରେସ ସଭାପତି ଅକ୍ଷୟ ଲାକ୍ରା କହିଛନ୍ତି, ସାରା ଦେଶରୁ କଂଗ୍ରେସ ଯୁବ ସଂଗଠନର କର୍ମୀମାନେ ସେମାନଙ୍କ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟଭାନୁ ଚିବ୍ଙ୍କ ସହ ଜନ୍ତର ମନ୍ତରଠାରେ ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ନୀତି ଓ ଭାରତ-ଆମେରିକା ଟ୍ରେଡ୍ ଡିଲ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବେ।
ଦିଲ୍ଲୀରେ ଏଆଇ ସମିଟ୍ ସମୟରେ ମଧ୍ୟ ଯୁବକଂଗ୍ରେସ ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ମାସରେ ଏଆଇ ଇମ୍ପାକ୍ଟ ସମିଟ୍ ସ୍ଥଳରେ ଖୋଲାଦେହରେ ବିକ୍ଷୋଭ କରିବାରୁ ଚିବ୍ଙ୍କୁ ଗିରଫ କରାଯାଇଥିଲା। ମାର୍ଚ୍ଚ ୩ରେ ତାଙ୍କୁ ତିହାର ଜେଲରୁ ମୁକ୍ତ କରିଦିଆଯାଇଥିଲା।