ପୁଣି ବିଗିଡ଼ିଲା ସୋନିଆ ଗାନ୍ଧିଙ୍କ ସ୍ୱାସ୍ଥ୍ୟାବସ୍ଥା, ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୬।୧: ସୋମବାର ସନ୍ଧ୍ୟାରେ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ସୂତ୍ର ଅନୁଯାୟୀ ସୋନିଆ ଗାନ୍ଧିଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଅଛି ଏବଂ ସେ ଜଣେ ଛାତି ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ରହିଛନ୍ତି ।

ହସ୍ପିଟାଲ ସୂତ୍ର ଅନୁଯାୟୀ ସୋନିଆ ଗାନ୍ଧି ନିୟମିତ ଯାଞ୍ଚ ପାଇଁ ହସ୍ପିଟାଲ ଆସିଥିବା ବେଳେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ ସୋନିଆଙ୍କୁ କିଛିଦିନ ହେବ କାଶ ଲାଗି ରହୁଥିବା ବେଳେ ସେ ବାରମ୍ବାର ଯାଞ୍ଚ ପାଇଁ ଆସୁଥିଲେ । ସୋମବାର ସନ୍ଧ୍ୟାରେ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଛି ।

ପୂର୍ବରୁ, କଂଗ୍ରେସ ସଂସଦୀୟ ଦଳ ମୁଖ୍ୟ ସୋନିଆ ଗାନ୍ଧିଙ୍କୁ ପେଟ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଗତ ବର୍ଷ ଜୁନ୍ ମାସରେ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ରାଜ୍ୟସଭା ସାଂସଦଙ୍କୁ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗରେ ନିରୀକ୍ଷଣରେ ରଖାଯାଇଛି ।

 

Dharitri – Odisha’s No.1 Odia Daily

 

Share