ନାରୀ ସୁରକ୍ଷାକୁ ନେଇ କଂଗ୍ରେସର ମଶାଲ ଶୋଭାଯାତ୍ରା

କେସିଙ୍ଗା,୧୭।୪,(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ନାରୀ ସୁରକ୍ଷାକୁ ନେଇ କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଥିଲା।
ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଶାସନରେ ବହୁ ମାତ୍ରାରେ ନାରୀ ନିର୍ଯ୍ୟାତନା, ଗଣ ଦୁଷ୍କର୍ମ, ବଳାତ୍କାର, ଅତ୍ୟାଚାର ବଢିବା ସହ ମହିଳା ଓ ନାବାଳିକାମାନେ ନିଖୋଜ ହେଉଥିବାରୁ ତାଙ୍କୁ ଉଦ୍ଧାର କରିବା ନିମନ୍ତେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ସାରା ଓଡିଶାରେ ମହମବତୀ ଓ ମଶାଳ ଶୋଭାଯାତ୍ରା ପାଇଁ ନିର୍ଦ୍ଦେଶ ଦେଇଥିବାରୁ କେସିଙ୍ଗା ଟାଇନ ଓ ବ୍ଲକ ତରଫରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ଭବନଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଟାଉନ ସଭାପତି ସୁଭାଷ ଜୈନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଶୋଭାଯାତ୍ରାରେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।
ଉକ୍ତ ଶୋଭାଯାତ୍ରାରେ ବ୍ଲକ ସଭାପତି ରାହାସ ସାହୁ, ବିଜୟ ଦୀପ, ରାମକୁମାର ଜୈନ, ଦୟା ସାଗର ସାହା, ମହେନ୍ଦ୍ର ନାଏକ, ନାରୀ ନେତ୍ରୀ ମୋତି କୈବର୍ତ, ରାମଜୀ ମାତଖଣ୍ଡିଆ, ରାମଲାଲ ସୁନାନୀ, , ପ୍ରମୋଦ କୁମାର ଭୋଇ, ରାଜକୁମାରୀ, ଧରଣୀ ନାଏକ, ବସନ୍ତ ନାଏକ, ବସୁମତୀ ବାଗ, ଗରୁଡ ନାଏକ, , ବିନୋଦ ଜୈନ, ଜଗଦୀଶ ପ୍ରସାଦ ଅଗ୍ରୱାଲ, ବରୁଣ ସାହୁ, ଦଳପଦ ନାଏକ, ନିରୁପମା ତାଣ୍ଡି, ଟୁନା ବାରିକ, ହେମନ୍ତ ସାହୁ ପ୍ରମୁଖ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।
ଶୋଭାଯାତ୍ରାରେ ଜିଲା ସଭାପତି ଭାରତ ଭୂଷଣ ବେମାଲ ଓ ପର୍ଯ୍ୟବେକ୍ଷକ ଭାବରେ ସୁଦର୍ଶନ ବିଶାଲ ଯୋଗ ଦେଇଥିଲେ ।