ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍ଜିଏନ୍ଆର୍ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି। ଅଧିକାରଭିତ୍ତିକ ଜନକଲ୍ୟାଣ ଯୋଜନାକୁ ଧ୍ୱଂସ କରିବା, ମହାତ୍ମା ଗାନ୍ଧୀ ଲିଗାସି, ଶ୍ରମିକଙ୍କ ଅଧିକାର ଓ ସଂଘୀୟ ଉତ୍ତରଦାୟିତ୍ୱ ଉପରେ ଆକ୍ରମଣ ପାଇଁ ଭାଜପା-ଆର୍ଏସ୍ଏସ୍ ଷଡ଼ଯନ୍ତ୍ର ଚଳାଇଥିବା କଂଗ୍ରେସ ଅଭିଯୋଗ କରିଛି। ସବୁ ଜିଲା ସଦର ମହକୁମାରେ ବିକ୍ଷୋଭର ଆୟୋଜନ କରିବାକୁ କଂଗ୍ରେସ ସାଧାରଣ ସମ୍ପାଦକ(ସଂଗଠନ) କେ.ସି. ବେଣୁଗୋପାଳ ସମସ୍ତ ରାଜ୍ୟ କଂଗ୍ରେସ ସଭାପତିଙ୍କୁ ପତ୍ର ଲେଖି ନିବେଦନ କରିଛନ୍ତି। କଂଗ୍ରେସ କର୍ମୀମାନେ ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି ବିକ୍ଷୋଭ କରିବାକୁ କୁହାଯାଇଛି।