ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଦରଦାମ ବୃଦ୍ଧି ଓ ଆଇନ ଶୃଙ୍ଖଳାର ଅବନତିକୁ ନେଇ ଏହି ସମାବେଶ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଜିଲା ସଭାପତି ଇଞ୍ଜିନିୟର ମନୋଜ ଜେନା ଓ ବ୍ଲକ ସଭାପତି ରମେଶ ବାରିକଙ୍କ ନେତୃତ୍ୱରେ ହଜାର ହଜାର ମହିଳା ଓ ଯୁବକ ଯୋଗଦେଇଥିଲେ। ଜନସମାବେଶରେ ନେତାମାନେ ଦରଦାମ ବୃଦ୍ଧି ଯୋଗୁ ସାଧାରଣ ଲୋକ ଓ ଖଟିଖିଆ ଶ୍ରମିକମାନେ ଭୋଗୁଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ।
ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ କଟୁ ଆଲୋଚନା କରିଥିବାବେଳେ ଆଗାମୀ ଦିନରେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲେଇବା ପାଇଁ ଚେତାବନୀ ଦେଇଥିଲେ।

ଶେଷରେ, ଜିଲା ସଭାପତି ମନୋଜ ଜେନାଙ୍କ ସମେତ କଂଗ୍ରେସ ନେତାମାନେ ଶାନ୍ତିପୂର୍ଣ୍ଣ ଭାବେ ଆନନ୍ଦପୁର ଏସ୍‌ଡିପିଓ କମଳ ପଣ୍ଡା ଓ ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

Dharitri –Odisha’s No.1 Trusted Odia Daily

Share