ଅଗ୍ନିପଥ ଯୋଜନା: ଜନ୍ତରମନ୍ତରରେ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୮।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶର ବିଭିନ୍ନ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଦିନକୁ ଦିନ ଏହି ପ୍ରତିିବାଦ ଉଗ୍ର ରୂପ ନେଉଥିବା ବେଳେ କଂଗ୍ରେସ ମଧ୍ୟ ବିରୋଧର ସ୍ବର ଉଠାଇଛି। ମୋଦି ସରକାରଙ୍କୁ ଘେରିବାକୁ ଯାଇ କଂଗ୍ରେସ ଏମ୍‌ପି ଓ ବିଧାୟକମାନେ ରବିବାର ପୂର୍ବହ୍ନ ୧୦ଟାରେ ଜନ୍ତର ମନ୍ତରଠାରେ ଏକ ‘ସତ୍ୟଗ୍ରାହ’ର ଆୟୋଜନ କରିବେ ବୋଲି ଶନିବାର ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଯେଉଁଥିରେ ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ଆରମ୍ଭ ହୋଇଥିବା ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରୁଥିବା ଯୁବକଙ୍କ ସହ ଏକତା ପ୍ରଦର୍ଶନ କରାଯିବ। ଏହି ଯୋଜନା ବିରୋଧରେ ଦେଶର ଯୁବକମାନେ ରାସ୍ତାରେ ଓହ୍ଲାଇଛନ୍ତି। ଫଳରେ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି।