କଂଗ୍ରେସ କାର୍ଯ୍ୟାଳୟ ଉତ୍ସବମୁଖର: ଫଳ ବାଣ୍ଟିଲେ କର୍ମକର୍ତ୍ତା

ଦାରିଙ୍ଗବାଡି,୧୫/୮(ଅରୁଣ ସାହୁ):ଦାରିଙ୍ଗବାଡି କଂଗ୍ରେସ ପକ୍ଷରୁ ୭୯ ତମ ସୱାଧୀନତା ଦିବସ ବଡ଼ ଧୂମଧାମ ରେ ପାଳିତ ହୋଇଯାଇଛି। ସକାଳ ୮ଟାରେ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ କଂଗ୍ରେସ କର୍ମକର୍ତ୍ତା ଏକତ୍ରିତ ହୋଇଥିଲେ। ସେଠାରେ ମୁଖ୍ୟ ଅତିଥିଭାବେ ଦଳର ବରିଷ୍ଠ ନେତା ତଥା କନ୍ଧମାଳ ଏମପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ନେତା ଅମିର ଚାନ୍ଦ ନାୟକ ଯୋଗ ଦେଇ ପତ୍ତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ସନ୍ତୋଷ ପ୍ରଧାନ, ସମ୍ପାଦକ ଶରତ ପ୍ରଧାନ, ନାଗେଶ୍ୱର ପ୍ରଧାନ, ପ୍ରଦୀପ ମଲ୍ଲିକ, ସନ୍ତୋଷ ଦିଗାଲ, ତିଆଡ଼ି ନାୟକ ପ୍ରଭଞ୍ଜନ ନାୟକ, ଅମନ ନାୟକ, ମନେକ ପ୍ରଧାନ, ସାରାବତୀ ପ୍ରଧାନ,ଏବଂ ବିଭିନ୍ନ ପଞ୍ଚାୟତର କର୍ମୀମାନେ ଯୋଗ ଦେଇଥିଲେ। ପରେ ସମସ୍ତ ଅତିଥିଙ୍କ ସମେତ ବ୍ଲକ କଂଗ୍ରେସ କମିଟିର କର୍ମକର୍ତ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ରୋଗୀଙ୍କୁ ଫଳ ବଣ୍ଟନ କରି ରୋଗୀମାନଙ୍କ ଭଲ ମନ୍ଦ ପଚାରିବୁଝିଥିଲେ।