ଓ୍ବାୟନାଡରୁ ପ୍ରିୟଙ୍କାଙ୍କ ପାଇଁ ପ୍ରଚାର କରିବେ ମମତା ବାନାର୍ଜୀ, ଜାଣନ୍ତୁ କଂଗ୍ରେସକୁ କାହିଁକି ପଡ଼ିଲା ଏଭଳି ଆବଶ୍ୟକତା…

ନୂଆଦିଲ୍ଲୀ,୨୨।୬: ଓ୍ବାୟନାଡ଼ ଲୋକ ସଭା ଆସନରୁ ଉପନିର୍ବାଚନ ଘୋଷଣା ହେବା ପୂର୍ବରୁ କଂଗ୍ରେସ ପକ୍ଷରୁ ଗୋଟି ଚାଳନା ଆରମ୍ଭ ହୋଇଛି। ଏହି ଆସନରୁ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢ଼ିବେ। ତାଙ୍କ ରାସ୍ତା ସହଜ କରିବା ଲାଗି ଦଳ କେରଳରୁ ନେଇ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଅଙ୍କକଷା ଚାଲିଛି। ଦଳ ପକ୍ଷରୁ ପ୍ରିୟଙ୍କାଙ୍କ ପ୍ରଚାର ପାଇଁ ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ମମତା ବାନାର୍ଜୀଙ୍କୁ ସମ୍ପର୍କ କରାଯାଇଛି। ଏଥିଲାଗି ସେ ହଁ ଭରିଥିବା କୁହାଯାଉଛି।

ତୃଣମୂଳ କଂଗ୍ରେସ ସହ ଜଡ଼ିତ ‘ଇଣ୍ଡିଆ ଓ୍ବାଣ୍ଟସ୍‌ ମମତା ଦି’ଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟର ଶେୟାର କରାଯାଇଛି। ଏଥିରେ ପ୍ରିୟଙ୍କାଙ୍କ ପାଇଁ ମମତା ପ୍ରଚାର କରିବେ ବୋଲି କୁହାଯାଇଛି। ହେଲେ ଏହାର ତାରିଖ ନେଇ ଘୋଷଣା ଏଯାବତ କରାଯାଇନାହିଁ।

ଗତ ୪ ବର୍ଷ ଧରି ଲଗାତାର କଂଗ୍ରେସ ଏହି ଆସନରୁ ବିଜେତା ହେଉଛି। ଗତ ୨ ନିର୍ବାଚନରେ ରାହୁଲ ଏଠାରେ ୫୦% ଅଧିକ ମତଦାନରେ ବିଜେତା ହୋଇଛନ୍ତି। ଏମିତିରେ ଚଳିତ ବର୍ଷ ଦୁଇ ଆସନରୁ ନିର୍ବାଚନ ଲଢ଼ିଥିବାରୁ ରାଏବରେଲି ହାତରେ ରଖି ଓ୍ବାୟନାଡ଼ ଛାଡ଼ିଥିଲେ ରାହୁଲ। ଏଥିଲାଗି ଉକ୍ତ ଆସନରେ ନିର୍ବାଚନ ହେବାକୁ ଯାଉଛି।

Share
Tags: CONGRESS