ଆସାମରେ କଂଗ୍ରେସକୁ ଝଟକା

ଗୁଆହାଟି,୧୭ ।୪: ଆସାମ କଂଗ୍ରେସର ବରିଷ୍ଠ ନେତା ରିପୁନ ବୋରା କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଆସାମର ପୂର୍ବତନ ଏମପି ତଥା ରାଜ୍ୟର ପୂର୍ବତନ ଅଧ୍ୟକ୍ଷ ରିପୁନ ବୋରା ତାଙ୍କ ଇସ୍ତଫା ପତ୍ରରେ କହିଛନ୍ତି, ଭାରତୀୟ ଜନତା ପାର୍ଟି(ଭାଜପା) ବିରୋଧରେ ଲଢିବା ପରିବର୍ତ୍ତେ ଆସାମ କଂଗ୍ରେସର ବରିଷ୍ଠ ନେତାଙ୍କ ଏକ ବର୍ଗ ମୁଖ୍ୟ ରୂପରେ ମୁଖ୍ୟମନ୍ତ୍ରୀଙ୍କ ସହ ଭାଜପା ସରକାର ସହ ଗୁପ୍ତ ବୁଝାମଣା କରଛନ୍ତି । ଆସାମ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରିପୁନ ବୋରା ଏମ୍‌ପି ଅଭିଶେକ ବାନାର୍ଜୀଙ୍କ ଉପସ୍ଥିତିରେ ତୃଣମୂଳ କଂଗ୍ରେସ(ଟିଏମସି)ରେ ଯୋଗ ଦେଇଛନ୍ତି ।
ଋିପୁନ ବୋରା ତାଙ୍କ ଇସ୍ତଫାରେ ଲେଖିଛନ୍ତି, ମୁଁ ମୋ ଛାତ୍ରାବସ୍ଥାରୁ ୧୯୭୬ରୁ କଂଗ୍ରସ ଦଳ ସହ ଯୋଡି ହୋଇ ରହିଥିଲି । ମୁଁ ଦଳର ବିଭିନ୍ନ ପଦ ବି ସମ୍ଭାଳି ସାରିଛି । ହେଲେ ମୁଁ ଆଜି ଏକ ଭାରାକ୍ରାନ୍ତ ମନ ନେଇ ଦଳରୁ ବିଦାୟ ନେଉଛି । ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଇସ୍ତଫାରେ ସେ ଲେଖିଛନ୍ତି, ଆପଣ ଓ କଂଗ୍ରେସ ଲିଡରଶିପ ମୋ ଉପରେ ଯେଉଁ ଭରସା ରଖିଥିଲା ସେଥିପାଇଁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛୁ । ସେ ଆହୁରି ମଧ୍ୟ କହିଛନ୍ତି ଗତ କିଛି ବର୍ଷ ହେବ ଭାରତୀୟ ଜନତା ପାର୍ଟି ସାମ୍ପ୍ରଦାୟିକ ଭାଗିଦାରିର ସିମ୍ବଲ ପାଲଟି ଯାଇଛି, ଏହା ଲୋକତନ୍ତ୍ର, ସମ୍ବିଧାନ, ଧର୍ମ, ନିରପେକ୍ଷତା, ଅର୍ଥବ୍ୟବସ୍ଥା ଓ ଦେଶ ପାଇଁ ବଡ ବିପଦ ।