Supporters hold party flags during an election campaign rally by India's ruling Congress party president Sonia Gandhi in Mumbai April 26, 2009. REUTERS/Punit Paranjpe (INDIA POLITICS ELECTIONS) - GM1E54Q1QHD01
ନୂଆଦିଲ୍ଲୀ,୫।୨: ୨୦୧୯-୨୦ରେ କଂଗ୍ରେସକୁ ମିଳିଥିବା ଚାନ୍ଦା ରିପୋର୍ଟକୁ ସାର୍ବଜନୀନ କରିଛନ୍ତି ନିର୍ବାଚନ ଆୟୋଗ। କଂଗ୍ରେସକୁ ୨୦୧୯-୨୦ରେ ୧୩୯ କୋଟି ଟଙ୍କା ଚାନ୍ଦା ମିଳିଥିବା ଜଣାପଡିଛି। ପାର୍ଟି ଫଣ୍ଡରେ ସବୁଠୁ ଅଧିକ ଯୋଗଦାନ ବରିଷ୍ଠ ନେତା କପିଲ ସିବଲ ଦେଇଛନ୍ତି। ସେ ୩ କୋଟି ଟଙ୍କା ଫଣ୍ଡ୍କୁ ଦେଇ ଚାନ୍ଦା ଦେବା ସୂଚୀରେ ସର୍ବାଗ୍ରେ ଅଛନ୍ତି। ନିର୍ବାଚନ ଆୟୋଗ ରିପୋର୍ଟ ଅନୁଯାୟୀ, ଆଇଟିସି ଏବଂ ଏହା ଜଡିତ କମ୍ପାନୀ କଂଗ୍ରେସକୁ ୧୯ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ସେହିପରି ପ୍ରୁଡେଣ୍ଟ ଇଲେକ୍ଟୋରାଲ୍ ଟ୍ରଷ୍ଟ ୩୯ କୋଟି ଟଙ୍କା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୧ ଲକ୍ଷ ୮ ହଜାର ଟଙ୍କା ଦେଇଛନ୍ତି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ବର୍ତ୍ତମାନର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ୫୪-୫୪ ହଜାର ଟଙ୍କା ଚାନ୍ଦା ଦେଇଛନ୍ତି।