ଅନ୍ନଦାତାଙ୍କ ଭାରତ ବନ୍ଦକୁ ସମର୍ଥନ କଲା କଂଗ୍ରେସ: ଡିସେମ୍ବର  ୮ରେ ଦଳୀୟ କାର୍ଯ୍ୟାଳୟରେ କରାଯିବ ପ୍ରଦର୍ଶନ

ନୂଆଦିଲ୍ଲୀ, ୬।୧୨: ଦେଶବ୍ୟାପୀ ଜାରି ରହିଥିବା ଅନ୍ନଦାତାଙ୍କ ଆନ୍ଦୋଳନକୁ କଂଗ୍ରେସର ସମର୍ଥନ ମିଳିଛି। ଡିସେମ୍ବର ୮ରେ ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାରେ କଂଗ୍ରେସ ସାମିଲ୍‌ ହେବ। ଦଳୀୟ କାର୍ଯ୍ୟାଳୟରେ ଏନେଇ ପ୍ରଦର୍ଶନ କରାଯିବ ବୋଲି କଂଗ୍ରେସ ପ୍ରବକ୍ତା ପଓ୍ବନ ଖେରା ରବିବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳ ଭାରତ ବନ୍ଦକୁ ସଫଳ କରାଇବାର ଉଦ୍ୟମ କରିବ ବୋଲି ସେ କହିଛନ୍ତି। ଅନ୍ନଦାତାଙ୍କ ପାଇଁ ଲାଗୁ ହୋଇଥିବା କଳା ଆଇନକୁ କେନ୍ଦ୍ର ସରକାର ଶୀଘ୍ର ଫେରାଇ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।