ମହାବିଦ୍ୟାଳୟରେ ସ୍ବର୍ଗତ ରାଜାସାହେବଙ୍କ ନିମନ୍ତେ ଶୋକ ସଭା

ଖଡ଼ିଆଳ,୫।୧(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ତତ୍ତ୍ୱାବାଧାନରେ ଖଡ଼ିଆଳର ଗଡ଼ଜାତ ରାଜାସାହେବ ସ୍ବର୍ଗତ ଡ଼ ଜିତାମିତ୍ର ସିଂ ଦେଓଙ୍କ ଅକାଳ ବିୟୋଗରେ ଶୋକାକୁଳ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରୀଛାତ୍ରଙ୍କୁ ନେଇ ଶୋକସଭା ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ସ୍ବର୍ଗତ ରାଜା ସାହେବଙ୍କ ସ୍ମୃତିଚାରଣ କରି କହିଥିଲେ ଯେ, ଡ଼. ଜିତାମିତ୍ର ସିଂ ଦେଓ ଜଣେ ଐତିହାସିକ ,ଗବେଷକ, ତନ୍ତ୍ର ସାଧନା ବିଶାରଦ, ଗଭୀର ଜ୍ଞାନ, ବୁଦ୍ଧି ର ଉଦାର,ମିଷ୍ଠଭାଷୀ,ବନ୍ଧୁପ୍ରେମୀ,ସରଳ ବ୍ୟକ୍ତିତ୍ୱ ଥିଲେ। ତାଙ୍କ ଦ୍ୱାରା ରଚିତ ବହୁ ଉପାଦେୟ ବହି ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟମାନଙ୍କରେରେ ଅଧ୍ୟୟନ କରାଯାଉଛି । ତାଙ୍କର ଅକାଳ ବିୟୋଗ ଅଞ୍ଚଳ, ଜିଲା, ରାଜ୍ୟ ତଥା ଦେଶ ପାଇଁ ଅପୁରଣୀୟ କ୍ଷତି ହୋଇଛି । ଉକ୍ତ ମହାବିଦ୍ୟାଳୟର ସମସ୍ତ ସଦସ୍ୟ ଈଶ୍ୱରଙ୍କ ପାଖରେ ସବୁରୀ ପ୍ରିୟ ରାଜା ସାହେବଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାଥନା କରିବା ସହ ମିଳିତ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଶୋକ ସନ୍ତପ୍ତ ତାଙ୍କ ପରିବାର ବନ୍ଧୁ ପରିଜନଙ୍କୁ ଧୌର୍ଯ୍ୟ ଓ ସାହସ ପ୍ରଦାନ ନିମନ୍ତେ ମଧ୍ୟ ଈଶ୍ୱରଙ୍କ ଠାରେ ଭକ୍ତିପୂତ ମିନତୀ ଜଣାଇଥିଲେ । ଉକ୍ତ ଶୋକ ସଭାରେ ପ୍ରାଧ୍ୟାପକ ଡ଼ ତରୁଣ କୁମାର ପ୍ରଧାନ ,ଅଧ୍ୟାପକ ଡ଼ ରଣବୀର ସିଂ,ଅଧ୍ୟାପକ ସୁନିଲ କୁମାର ପାଢୀ,ଅଧ୍ୟାପିକା ଗୀତାଶ୍ରୀ ପ୍ରିୟମ୍ବଦା,ଅଧ୍ୟାପିକା ପ୍ରଣତି ପଣ୍ଡା ,ଅଧ୍ୟାପିକା ନିବେଦିତା ଆଚାରି,ଅଧ୍ୟାପକ ସୂର୍ଯ୍ୟକାନ୍ତ ଠାକୁର, ଶ୍ରୀ ଅକ୍ଷୟ ଦାସଙ୍କ ସମେତ ସମସ୍ତ ସହକର୍ମୀ ଉପସ୍ଥିତ ଥିଲେ ।

Dharitri – The Largest & Most Trusted Odia Daily

Share
Tags: odisha