୬ ବର୍ଷ ବୟସରେ ସାରିଛନ୍ତି ହାଇସ୍କୁଲ ପଢ଼ା, ୧୧ ବର୍ଷରେ…

ପୃଥିବୀର ସବୁଠାରୁ ବୁଦ୍ଧିମାନ ବ୍ୟକ୍ତିଭାବେ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ ଓ ଷ୍ଟିଫେନ୍‌ ହକିଂଗଙ୍କୁ ଗଣନା କରାଯାଏ। ହେଲେ ଏବେ ଜର୍ମାନୀର ଜଣେ ୧୧ ବର୍ଷୀୟା ଝିଅ ଆଇକ୍ୟୁ କ୍ଷେତ୍ରରେ ଏହି ବଡ଼ ବଡ଼ ଜ୍ଞାନୀଙ୍କୁ ପଛରେ ପକାଇ ଦେଇଛି। ଅଧାରା ପେରେଜ ସାଞ୍ଚେଜ୍‌ ନାମ୍ନୀ ଏହି ଝିଅ ମାତ୍ର ୬ ବର୍ଷ ବୟସରେ ହାଇସ୍କୁଲ ପଢ଼ା ସାରିଛନ୍ତି। ଆଉ ୧୧ ବର୍ଷ ବୟସରେ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରି ହାସଲ କରିଛନ୍ତି। କୁହାଯାଉଛି ଅଧାରାଙ୍କ ଆଇକ୍ୟୁ ସ୍ତର ହେଉଛି ୧୬୨, ଯାହାକି ଆଇନ୍‌ଷ୍ଟାଇନ୍‌ ଓ ଷ୍ଟିଫେନ୍‌ ହକିଂଗଠୁ ଅଧିକ। ଭବିଷ୍ୟତରେ ଅଧାରା ନାସାରେ କାମ କରିବାକୁ ଇଚ୍ଛା ରଖିଛନ୍ତି। ତେବେ ସୂଚନାଯୋଗ୍ୟ ଯେ, ଅଧାରା ଯେବେ ତିନି ବର୍ଷ ବୟସର ଥିଲେ ସେ ଅଟିଜମ୍‌ରେ ପୀଡ଼ିତ ବୋଲି ଜଣାପଡିଥିଲା, ଯାହାକି ମାନସିକ ବିକାଶକୁ ବାଧାଗ୍ରସ୍ତ କରିଥାଏ। ଏହି ରୋଗ ପାଇଁ ଅଧାରାଙ୍କୁ ସ୍କୁଲରେ ସାଙ୍ଗ ତାଙ୍କୁ ବହୁତ ହଇରାଣ କରୁଥିଲେ। ତେଣୁ ସେ ନିଜକୁ ନିଜ ଭିତରେ ସୀମିତ କରିଦେଇଥିଲେ। ଆଉ ନିଜର ସବୁ ଧ୍ୟାନ ପଢିବାରେ ଲଗାଇଦେଇଥିଲେ। ଖୁବ୍‌ଶୀଘ୍ର ଆଲଜେବ୍ରାରେ ସେ ଦକ୍ଷ ହୋଇଗଲେ ଓ ପିରିଓଡିକ ଟେବୁଲ ମନେ ରଖିଦେଲେ। ପରେ ପରେ ସେ ପଢ଼ାରେ ଏତେ ମନ ଲଗାଇଲେ ଯେ, କମ୍‌ ବୟସରେ ସ୍କୁଲ ପଢା ସାରିବା ସହ ମାଷ୍ଟର ଡିଗ୍ରି ହାସଲ କରିପାରିଲେ।