ପାଟଣା,୧୯।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ପାଟଣା ବୈତରଣୀ ନଦୀର ଦୂର୍ଗାଦେଇପୁର ବାଲି ଉତ୍ସରୁ ବେଆଇନ ଭାବେ ସ୍ଥାନୀୟ ଲୋକେ ବାଲି ଚୋରି କରୁଥିବା ଜିଲା ଖଣି ଅଧିକାରୀଙ୍କ ନିକଟରେ ଲିଜଧାରି ସଂଗ୍ରାମ କେଶରୀ ଲେଙ୍କା ଶନିବାର ଜିଲା ଖଣି ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହାର ନକଲ ପାଟଣା ତହସିଲଦାର୍ ଅଶ୍ୱିନୀ କୁମାର ନାଏକ, ଥାନା ଅଧିକାରୀ ମାନସ କୁମାର ମହାକୁଳଙ୍କୁ ପ୍ରଦାନ କରିଛନ୍ତି। ପରେ ପାଟଣା ପୋଲିସ ବାଲି ଘାଟଶ୍ରେ ଚଢାଉ କରିଥିଲେ ହେଁ କୌଣସି ଗାଡ଼ିକୁ ଦେଖିବାକୁ ପାଇ ନ ଥିବା ଥାନା ଅଧିକାରୀ ମାନସ ମହାକୁଳ କହିଛନ୍ତି।
ସୂଚନା ଯେ, ଲିଜ୍ ଧାରୀ ଲେଙ୍କା ଗତ ୨୦୨୧ ମସିହାରେ ଅଭିଯୋଗ କରିବା ପାଟଣା ତହସିଲଦାର ଏସଂକ୍ରାନ୍ତରେ ପାଟଣା ଥାନାର ତତ୍କାଳୀନ ଥାନା ଅଧିକାରୀଙ୍କୁ ତହସିଲ ଦାରପତ୍ର କରିଥିଲେ। ସେ ଲିଜରେ ନେଇଥିବା ଦୁର୍ଗା ଦେଇପୂର୍ ଘାଟରୁ ବେଆଇନ ଭାବେ ଚୋରା ବାଲି ଉତ୍ତୋଳନ ହେଉଥିବାରୁ ତାଙ୍କର କ୍ଷତି ହେଉଛି। ଏଣୁ ଖଣି ବିଭାଗ ଘାଟରେ ଅତର୍କିତ ଚଢ଼ାକୁ କରିବାକୁ ସେ ନିବେଦନ କରିଛନ୍ତି। ସୂଚନା ଯେ, ସମ୍ପୃକ୍ତ ଲିଜ ଧାରୀଙ୍କ ପରିବେଶ ମଞ୍ଜୁରୀ ହୋଇଥିବା ବେଳେ କେବଳ ଚୁକ୍ତି ବାକି ରହିଛି।
Dharitri – Odisha’s No.1, Most Trusted Odia Daily