Categories: Home Leftଖେଳ

ରିଜୱାନଙ୍କ ନାଁରେ ଆଇସିସିରେ ଅଭିଯୋଗ

ଇସଲାମାବାଦ,୧୬।୧୦: ପାକିସ୍ତାନୀ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନଙ୍କ ସମସ୍ୟା ବଢିପାରେ। ପାକିସ୍ତାନ-ନେଦରଲ୍ୟାଣ୍ଡ ମ୍ୟାଚ ସମୟରେ ମହମ୍ମଦ ରିଜୱାନ ପଡ଼ିଆରେ ନମାଜ ପଢିଥିଲେ। ବର୍ତ୍ତମାନ ଆଇସିସିରେ ଏହା ବିରୋଧରେ ଅଭିଯୋଗ ହୋଇଛି। ସୁପ୍ରିମକୋର୍ଟର ଓକିଲ ବିନୀତ ଜିନ୍ଦଲ ମହମ୍ମଦ ରିଜୱାନଙ୍କ ବିରୋଧରେ ଆଇସିସିରେ ଅଭିଯୋଗ କରିଛନ୍ତି। ବିନୀତ ଜିନ୍ଦଲ ତାଙ୍କ ଅଭିଯୋଗରେ ଲେଖିଛନ୍ତି, ମହମ୍ମଦ ରିଜୱାନ ପଡ଼ିଆରେ ନମାଜ ପଢିବା ଖେଳର ଭାବନା ବିରୋଧ ଅଟେ।

ନିକଟରେ ସୁପ୍ରିମକୋର୍ଟର ଓକିଲ ବିନୀତ ଜିନ୍ଦଲ ମଧ୍ୟ ଚର୍ଚ୍ଚାରେ ଥିଲେ। ବିନୀତ ଜିନ୍ଦଲ ପାକିସ୍ତାନୀ ଆଙ୍କର ଜୈନ ଅବ୍ବାସଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସେତେବେଳେ ବିନୀତ ଜିନ୍ଦଲ କହିଥିଲେ, ଜୈନ ଅବ୍ବାସ ତାଙ୍କ ଟୁଇଟ୍‌ ମାଧ୍ୟମରେ ଭାରତୀୟ ଏବଂ ହିନ୍ଦୁ ଧର୍ମକୁ ଆଘାତ ଦେଇଛନ୍ତି। ଏହା ପରେ ଜୈନ ଅବ୍ବାସଙ୍କୁ ଭାରତ ଛାଡିବାକୁ ପଡିଥିଲା। ତେବେ ଏହା ପ୍ରଥମ ଥର ନୁହେଁ ଯେ ମହମ୍ମଦ ରିଜୱାନ ପ୍ରଥମ ଥର ପାଇଁ ପଡ଼ିଆରେ ନମାଜ ପଢିଛନ୍ତି। ଏହାପୂର୍ବରୁ ଟି -୨୦ ବିଶ୍ୱକପ ୨୦୨୧ରେ ଭାରତ ଏବଂ ପାକିସ୍ତାନ ମ୍ୟାଚ ସମୟରେ ମଧ୍ୟ ରିଜୱାନ ପଡ଼ିଆରେ ନମାଜ ପଢିଥିଲେ।