ଭଞ୍ଜନଗର,୬ା୧୧(ବାବୁଲା ପ୍ରଧାନ): ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପକ୍ଷରୁ ଗୁରୁବାର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଜାତୀୟ ଏକତା ଉପରେ ଜିଲାସ୍ତରୀୟ ପ୍ରତିଯୋଗିତା ହୋଇଯାଇଛି।ଏଥିରେ ଅଞ୍ଚଳର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଥିଲେ। ଲୁକ୍କାୟିତ ଅବସ୍ଥାରେ ଥିବା ପ୍ରତିଭାମାନଙ୍କୁ ଖୋଜି ବାହାର କରିବା ପ୍ରତିଯୋଗିତାର ମୂଳ ଲକ୍ଷ୍ୟ। ଅକ୍ଟୋବର ୩୧ରେ ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ଦେଶରେ ମାସେ ବ୍ୟାପୀ ବିଭନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳନ କରାଯାଉଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରୀ ଛାତ୍ରଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି। ଏହିକ୍ରମରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସର୍ଦ୍ଦାର ପଟେଲ ଓ ଜାତୀୟ ଏକତା ଶୀର୍ଷକ ଜିଲାସ୍ତରୀୟ ବକ୍ତୃତା, ରଚନା, ଚିତ୍ରାଙ୍କନ, ସମୁହ ଧ୍ବନି, ପୋଷ୍ଟର ଲିଖନ ଆଦି ପ୍ରତିଯୋଗିତା ହୋଇଯାଇଛି।
କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ପ୍ରାଧ୍ୟାପକ ପ୍ରଶାନ୍ତ ରଥ, ଅଧ୍ୟାପକ ନିରଞ୍ଜନ ଶତପଥୀ, ଅଧ୍ୟାପିକା ସୁନୀତା ରାଣୀ ଖଣ୍ଡୁଆଳ, ଅର୍ଚ୍ଚନା ପ୍ରିୟଦର୍ଶିନୀ, ସ୍ମରଣିକା ପାଢୀ, କଳ୍ପନା ସାଣ୍ଢ, ଅଧ୍ୟାପକ ଡ଼.ରବିନ୍ଦ୍ର କୁମାର ମିଶ୍ର, ବିଦେଶୀ କୁମାର ରାଉତ, ଦିଗନ୍ତ କୁମାର ଜେନା, ଡ ସିମାଞ୍ଚଳ ବେହେରା, ବିଭୂତି ଗୌଡ଼, ଅର୍ପଣ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପ୍ରତିଯୋଗିତାରେ ବିଡିପୁର ଟିଏସଡି ମହାବିଦ୍ୟାଳୟ, ଜଗନ୍ନାଥପ୍ରସାଦ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ,ଗାଲେରୀ ଡିଏମ ବିଜ୍ଞାନ ମହାବିଦ୍ୟାଳୟ,ଭଞ୍ଜନଗର ସାବିତ୍ରୀ ମହାବିଦ୍ୟାଳୟ,ଭଞ୍ଜନଗର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ସମେତ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଛାତ୍ରୀ ଛାତ୍ର ଅଶଂଗ୍ରହଣ କରିଥିଲେ। କୃତୀ ଛାତ୍ରୀ ଛାତ୍ର ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି।