ଯାତ୍ରାରେ ଅଶ୍ଳୀଳତା ବନ୍ଦ ନେଇ ଆଗକୁ ଆସିଲା କମିଟି

ପୁରୁଷୋତ୍ତମପୁର,୩ା୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଠାରେ ଓଡ଼ିଶା ଯାତ୍ରାକମିଟି ମହାସଂଘର ଗଞ୍ଜାମ ଜିଲା ଶାଖା ପକ୍ଷରୁ ଏକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ମହାସଂଘର ସଂଯୋଜକ ମାନସରଞ୍ଜନ ରାୟସାମନ୍ତ ଓ ଉପସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ ଯୋଗଦେଇଥିଲେ। ଏହି ଅବସରରେ ଜିଲାର ନୂତନ କମିଟି ଚୟନ କରାଯାଇଥିଲା।

ସଭାପତି ରୂପେ ଯୁଗୋଳ କିଶୋର ପଣ୍ଡା, ଉପସଭାପତି ରବୀନ୍ଦ୍ର କୁମାର ମହାରଣା, ସମ୍ପାଦକ ଭଗବାନ ଲେଙ୍କା, ସହସମ୍ପାଦକ ହରିହର ବିଶ୍ବାଳଙ୍କ ସହ କେ.ବିକ୍ରମ, ପଞ୍ଚାନନ ପ୍ରଧାନ, ପ୍ରାଣକୃଷ୍ଣ ସାହୁ, ନୀଳାଞ୍ଚଳ ଗୌଡ଼, ମଧୂସୁଦନ ପଣ୍ଡାଙ୍କୁ କାର୍ଯ୍ୟକାରୀ କମିଟି ରୂପେ ମନୋନୀତ କରାଯାଇଛି।

ଏହି ଅବସରରେ ଯାତ୍ରାପାର୍ଟିର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁ ସାଧାରଣ ଗରିବ ଶ୍ରେଣୀର ଦର୍ଶକ ଯାତ୍ରା ଦେଖିବାର ସୁଯୋଗରୁ ବଞ୍ଚିତ ହେଉଛି। ଏଣୁ ଯାତ୍ରାମାଲିକମାନେ ମୂଲ୍ୟ ହ୍ରାସ , ଯାତ୍ରାକମିଟିକୁ ଉଚିତ୍‌ ସମ୍ମାନ ପ୍ରଦର୍ଶନ, କମିଟି ଉପରେ ଲଦି ଦେଉଥିବା ବୋଝକୁ କମାଇବା, ଯାତ୍ରାରେ ଅଶ୍ଳୀଳତାକୁ ବନ୍ଦ, ଯାତ୍ରାକମିଟି ଓ ଯାତ୍ରାମାଲିକଙ୍କ ମଧ୍ୟରେ ସୁସମ୍ପର୍କ ବଜାୟ ରଖିବା ଆଦି ବିଭିନ୍ନ ବିଷୟ ସମ୍ପର୍କରେ  ଆଲୋଚନା ହୋଇଥିଲା। ଏଥିରେ ଜିଲାର ୧୫ଟି ଯାତ୍ରାକମିଟିର ସଦସ୍ୟମାନେ ଯୋଗଦେଇଥିଲେ।

Share