ବିତାରପତି ନିଯୁକ୍ତିରେ କଲେଜିୟମ୍‌ ମଡେଲ ଉପଯୁକ୍ତ, ଏହାଠାରୁ ଅନ୍ୟ କିଛି ଶ୍ରେଷ୍ଠ ନୁହେଁ: ପୂର୍ବତନ ସିଜେଆଇ…

ନୂଆଦିଲ୍ଲୀ,୧୮।୨ : ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ୟୁ ୟୁ ଲଲିତ ଶନିବାର କହିଛନ୍ତି ଯେ ବିଚାରପତିଙ୍କ ନିଯୁକ୍ତିର କଲେଜିୟମ ବ୍ୟବସ୍ଥା ଏକ ଉପଯୁକ୍ତ ମଡେଲ ଯାହା ପୂର୍ଣ୍ଣ ଭାବେ ପ୍ରମାଣିତ। ନ୍ୟାୟିକ ନିଯୁକ୍ତି ଏବଂ ସଂସ୍କାର ଉପରେ ଏକ କାର୍ଯ୍ୟକ୍ରମରେ ଜଷ୍ଟିସ ଲଲିତ ଏହା କହିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ସାମ୍ବିଧାନିକ ଅଦାଲତର ବିଚାରପତିଙ୍କ ନାମ ସୁପାରିଶ କରିବାରେ ଏକ କଠୋର ପ୍ରକ୍ରିୟା ସହ ଜଡିତ।

ଜଷ୍ଟିସ ଲଲିତ କହିଛନ୍ତି, ମୋ ଅନୁଯାୟୀ କଲେଜିୟମ ସିଷ୍ଟମ ଅପେକ୍ଷା ଆମର କୌଣସି ଶ୍ରେଷ୍ଠ ବ୍ୟବସ୍ଥା ନାହିଁ। ସ୍ବାଭାବିକ ଭାବରେ, ଆମେ ଏହାକୁ ନେଇ ଏଭଳି ଦିଗରେ କାର୍ଯ୍ୟ କରିବା ଉଚିତ ଯାହା ଦ୍ୱାରା କଲେଜିୟମ ସିଷ୍ଟମ ଜୀବନ୍ତ ରହିପାରିବ।

 

ପୂର୍ବତନ ସିଜେଆଇ କହିଛନ୍ତି ଯେ ଯେଉଁ ମଡେଲ ଦ୍ୱାରା ଆମେ ଆଜି କାମ କରୁଛୁ ତାହା ହେଉଛି ସଠିକ ମଡେଲ। ସେ କହିଛନ୍ତି ଯେ ବର୍ଷ ବର୍ଷ ଧରି ସେମାନଙ୍କର କାର୍ଯ୍ୟ ଦେଖିଥିବାରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଯୋଗ୍ୟତା ଉପରେ ନିଷ୍ପତ୍ତି ନେବାକୁ ନ୍ୟାୟପାଳିକା ଏକ ଉତ୍ତମ ସ୍ଥିତିରେ ଅଛି।

ସେ କହିଛନ୍ତି ଯେ ଯେତେବେଳେ ଏହି ମାମଲା ସୁପ୍ରିମକୋର୍ଟ କଲେଜିୟମରେ ପହଞ୍ଚେ, ସେତେବେଳେ ନାମଟି ଗ୍ରହଣୀୟ କି ନୁହେଁ ତାହା ସମ୍ପୂର୍ଣ୍ଣ ସଠିକ ସ୍ଥିତି। ଏହା ନୁହେଁ ଯେ ଏହା କାହା ଦ୍ୱାରା ଏକ ମନଇଛା କାର୍ଯ୍ୟ। ଏହା ଏକ ପୂର୍ଣ୍ଣ ପ୍ରମାଣିତ ବ୍ୟବସ୍ଥା । ବିଚାରପତିମାନେ କଲେଜିୟମ ସିଷ୍ଟମ ମାଧ୍ୟମରେ ସାମ୍ବିଧାନିକ ଅଦାଲତରେ ବିଚାରପତି ନିଯୁକ୍ତ କରନ୍ତି। ଆଜିକାଲି ନ୍ୟାୟପାଳିକା ଏବଂ ସରକାରଙ୍କ ମଧ୍ୟରେ ବିବାଦର ଏହା ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି।
ସୂଚନାଯୋଗ୍ୟ, ଜଷ୍ଟିସ ଲଲିତ ନଭେମ୍ବର ୨୦୨୨ ରେ ଅବସର ନେଇଥିଲେ।

Share