ଟ୍ରାକ୍ଟର ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକୋ କଲେ ପରିବାରବର୍ଗ

ଜୁନାଗଡ଼,୧୭।୧୧(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଲିକପୁର ନିକଟରେ ରବିବାର ଅପରାହ୍ନରେ ଟ୍ରାକ୍ଟର ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଥିଲେ। ମୃତ ଛାତ୍ରଙ୍କ ନାମ ଲୋସନ ବେମାଲ(୧୮) ହୋଇଥିବାବେଳେ ଗୁରୁତର ଥିବା ଛାତ୍ରଙ୍କ ନାମ ଆଶିଷ ସୁନାନୀ (୧୯) । ଉଭୟେ ଦାସିଗାଁ ସିର୍ଲିିପଡାର ବୋଲି ଜଣାପଡିଛି। ରବିବାର ଅପରାହ୍ନରେ ଉଭୟେ ଏକ ବାଇକରେ ଯାଉଥିବା ବେଳେ ଚିଲିକପୁର ନିକଟରେ ଏକ ଟ୍ରାକ୍ଟର ଧକ୍କା ଦେଇଥିଲା। ଫଳରେ ଲୋସନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଶିଷ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୋମବାର ଛାତ୍ରଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପୋଲିସ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା। ଏହାପରେ ଅପରାହ୍ନରୁ ପରିବାରବର୍ଗ କ୍ଷତିପୂରଣ ଦାବିରେ ଚିଲକପୁରଠାରେ ମୃତଦେହ ରଖି ଜୁନାଗଡ଼-କଲମପୁର ରାସ୍ତା ଅବରୋଧ କରିଛନ୍ତି। ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସମାଧାନ ହୋଇ ନାହିଁ। ଯାହାଫଳରେ ରାସ୍ତା ଉଭୟ ପାର୍ଶ୍ୱରେ ଅନେକ ଯାନ ବାହାନ ଅଟକି ରହିଛି।

 

Dharitri – The Largest & Most Trusted Odia Daily