ଜିଲାପାଳଙ୍କ ଦାରିଙ୍ଗବାଡି ଗସ୍ତ, ବିଭିନ୍ନ ପ୍ରକଳ୍ପ କଲେ ପରିଦର୍ଶନ

ଦାରିଙ୍ଗବାଡି, ୨।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ମଙ୍ଗଳବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଗସ୍ତ କରିଛନ୍ତି। ସେ ଦାରିଙ୍ଗବାଡି ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ। ପ୍ଳିହେରୀ ପଞ୍ଚାୟତ ଅଞ୍ଚଳରେ ଥିବା ପର୍ଯ୍ୟଟନକ୍ଷେତ୍ର ଡୁଲୁରୀ ପାଇନ ବଣ ବୁଲିବା ସହ ତାର ରୂପାନ୍ତର କାର୍ଯ୍ୟ ଦେଖିଥିଲେ।  ପର୍ଯ୍ୟଟକଙ୍କ ସୁବିଧା ପାଇଁ ଉକ୍ତ ପାଇନ ବଣର ଆହୁରି ଉନ୍ନତିକରଣ କରାଯିବାକୁ ସେ ବିଡ଼ିଓ ପ୍ରୀତିରଞ୍ଜନ ରଥ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ସହକାରୀ ଯନ୍ତ୍ରୀ ତୁଷାର ସେଠୀ, କନିଷ୍ଠ ଯନ୍ତ୍ରୀ ଧିରେନ ସେଠିଙ୍କ ସହ ଆଲୋଚନା କରିଥିଲେ ପ୍ଳିହେରୀ ପଞ୍ଚାୟତର ନୂତନ ଅଙ୍ଗୱାଡି କୋଠା, ବିଦ୍ୟାଳୟ ଆଦି ପରିଦର୍ଶନ କରିଥିଲେ।
ସେହିପରି  ପ୍ରାଥମିକ ବିଦ୍ୟାଳୟର ରୂପାନ୍ତର କାର୍ଯ୍ୟକୁ ବୁଲି ଦେଖିବା ସହ ଏମଜି ଏନ ଆର ଇଜିଏସ ଅନୁଦାନରେ ୨ଟି ଜଳ ସେଚନ ପ୍ରକଳ୍ପ କରାଯାଇଛି ତାକୁ ପରିଦର୍ଶନ କରିଥିଲେ।  ହିଲଭିୟୁ ପାର୍କ, କଫି ବଗିଚା, ପ୍ରକୃତି ଉଦ୍ୟାନ ଓ ପ୍ରକୃତି କୁଟୀର ଆଦି ବୁଲି ଦେଖିଥିଲେ ।