ରାୟଗଡ଼ା,୬/୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାସ୍ଥିତ ମଝିଘରିଆଣି ମନ୍ଦିର ନିକଟସ୍ଥ ରାୟଗଡ଼ା-ବିଶାଖାପାଟଣା ରାସ୍ତାରେ ଥିବା ପୋଲର ବୁଲାଣିଠାରେ ଗୋଟିଏ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ବିଳମ୍ବିତ ରାତିରେ ଟ୍ରକଟି ଛତିଶଗଡ ଅଭିମୁଖେ ଯାଉଥିବାବେଳେ ବ୍ରେକ ଫେଲ ହୋଇ ସେଠାରେ ଥିବା ପଥରରେ ପିଟି ହୋଇଯାଇଛି।
ସୂଚନା ମୁତାବକ, ଟ୍ରକଟି ପଡୋଶୀ ଆନ୍ଧ୍ରପ୍ରଦେଶରୁ ଛତିଶଗଡ ରାଜ୍ୟ ଅଭିମୁଖେ ଯାଉଥିଲା ବୋଲି ସେଠାରେ ଉପସ୍ଥିତ ଅନ୍ୟ ଟ୍ରକ ଚାଳକ କହିଛନ୍ତି। ଛତିଶଗଡ଼ର ଟ୍ରକ ବୋଲି କହୁଛନ୍ତି। ଏହି ଦୁର୍ଘଟଣାରେ ଆହତ ଟ୍ରକ ଚାଳକ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ବାହାର କରିବାକୁ ଚେଷ୍ଟା କରୁଛି। ଏହି ଦୁର୍ଘଟଣା ଫଳରେ ରାୟଗଡ଼ା ଠାରୁ ପଡୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି।