ଶୋଇଥିବା କୁମ୍ଭୀର ଉପରେ ଚଢ଼ିଗଲା ବତକ, ଆଉ ତା’ ଉପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରୁଛି। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ନଦୀ ଉପରେ କେତେଗୁଡ଼ିଏ କୁମ୍ଭୀରକୁ ଶୋଇଥିବା ଦେଖିବାକୁ ମିଳୁଛି। କୁମ୍ଭୀର ଶୋଇଥିବା ବେଳେ ଏକ ବତକ ତାଙ୍କ ଉପପରେ ଚଢ଼ିଯାଉଛି। ପରେ ସେମାନେ ହଠାତ ବୁଲିପଡ଼ି ବତକକୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ ସେଠୁ ସେ ଚାଲି ଆସୁଛି। ଭିଡିଓକୁ ଭାରତୀୟ ବନଶେବା ଅଧିକାରୀ ଶୁସାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେଉଛି।