ବୋଲେରୋ ଧକ୍କାରେ ସଫେଇ କର୍ମଚାରୀ ମୃତ: ରାସ୍ତାରୋକୋ କରି ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲେ…

ପାଇକମାଳ,୨୧।୩( ବଡ ଶତପଥୀ) : ନୃସିଂହନାଥ ମନ୍ଦିରରେ କର୍ମରତ ସଫେଇ କର୍ମଚାରୀ ସକାଳେ ନିଜ କାମ ସାରି ପୁଅକୁ ମେଡିକାଲ ନେବା ପାଇଁ ଘରକୁ ବାଇକରେ ଫେରୁଥିବାବେଳେ ଅବକାରୀ ବିଭାଗ ନିକଟରେ ଥିବା ବ୍ରିଜ ପାଖରେ ଏକ ବୋଲେରୋ ଗାଡି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ମୃତକ ହେଲେ ସୁନୀଲ ସିନ୍ଦୁର (୨୮)ଗ୍ରାମ ନରସିଂପଡ଼ା। ତାଙ୍କର ସ୍ତ୍ରୀ ବବିତା ବଗର୍ତି (୨୫)ଝିଅ ସୁନିତା ସିନ୍ଦୁର (୫)ଓ ଦୁଇ ମାସର ପୁଅଙ୍କୁ ଧରି ଅନ୍ୟ ସଫେଇ କର୍ମଚାରୀ ଏବଂ ଜନସାଧାରଣ ମୃତଦେହ ରଖି ନୃସିଂହନାଥ ଯିବା ରାସ୍ତାକୁ ଅବରୋଧ କରି ରାସ୍ତା ରୋକୋ କରି ବସିଛନ୍ତି। ମୃତକଙ୍କ ସହଧର୍ମିଣୀ କହିବା ଅନୁସାରେ ୫୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ, ସ୍ବାମୀଙ୍କ ଚାକିରିକୁ ନିଜକୁ ଦେବା, ଛୋଟ ଛୁଆମାନେ ବଡ ହେବା ଯାଏ ପରିପୋଷଣ କରିବା, ଘର ଡିହ ଯୋଗାଇଦେବା ଆଦି ଦାବି କରି ରାସ୍ତାରେ ବସିଛନ୍ତି। ପଦ୍ମପୁର ଏସଡିପିଓ ପାଣ୍ଡବ ଶବର ଘଟଣାସ୍ଥଳରେ ଉପସ୍ଥିତ ଥିବାବେଳେ, ଏ ପର୍ଯ୍ୟନ୍ତଥାନାରେ ଲିଖିତ ଅଭିଯୋଗ ହୋଇ ନାହିଁ ବୋଲି ଏସଡିପିଓ ଶବର ଜଣାଇଛନ୍ତି।

Dharitri – Odisha’s No.1 Odia Daily

Share