ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩ ମାସର ଦରମା ପାଇନାହାନ୍ତି। ଅଳ୍ପ ଦରମାରେ କାର୍ଯ୍ୟ କରୁଥିଲେ ମଧ୍ୟ ଠିକ୍‌ ସମୟରେ ପୌର ପରିଷଦ ପକ୍ଷରୁ ନିଯୁକ୍ତ କରାଯାଇଥିବା ଠିକା ସଂସ୍ଥା ଦେଉ ନ ଥିବା କର୍ମଚାରୀମାନେ କହିଛନ୍ତି।

ଅନ୍ୟପକ୍ଷେ ପୌର ପରିଷଦର ୨୬ଟି ୱାର୍ଡ ଓ ମୁଖ୍ୟ ରାସ୍ତା ସଫେଇରେ ୨୩୬ ସଫେଇ କର୍ମଚାରୀ ଆବଶ୍ୟକ ହେଉଥିବା ବେଳେ ୧୩୪ଜଣ ସଫେଇ କର୍ମଚାରୀଙ୍କ ନେଇ କାର୍ଯ୍ୟ କରିବାକୁ ପିଡି ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଆବଶ୍ୟକସ୍ଥଳେ ଅଧିକ ୯୦ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ପଡିଛି ବୋଲି ପୌରାଧ୍ୟକ୍ଷ ସୁବାଷ ବଳ କହିଛନ୍ତି। ସେଥିପାଇଁ ସଫେଇ ଠିକା ସଂସ୍ଥାକୁ ପୌର ପରିଷଦ ପ୍ରାପ୍ୟ ଦେଇ ପାରୁନାହିଁ ବୋଲି ସେ କହିଛନ୍ତି।

Share