ଖବର ପ୍ରସାରଣ ପରେ ପ୍ରଶାସନ ଦେଖାଇଲା ତତ୍ପରତା, ଅବହେଳିତ ହୋଇ ପଡିଥିବା ପାର୍କକୁ କରାଗଲା ସଫା

ଗଞ୍ଜାମ , ୧୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୮ ପୁଇଁତୋଳା ଗ୍ରାମ ବଡ ବନ୍ଧ ନିକଟରେ ଥିବା ଶିଶୁ ପାର୍କ ଅବହେଳିତ ଓ ଅନାବନା ଗଛରେ ପରିପୂର୍ଣ୍ଣ ଥିଲା। ଏ ନେଇ ଧରିତ୍ରୀରେ ଖବର ପ୍ରସାରଣ ହୋଇଥିଲା। ଖବର ପ୍ରସାରଣ ପରେ ଏନଏସି ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଶିଶୁ ପାର୍କ ଓ ଆଖ ପାଖ ଅଞ୍ଚଳ ସଫେଇ କରାଯାଇଛି । ସଫେଇ ହେବା ପରେ ଅପରାହ୍ନରେ ଛୋଟ ପିଲାମାନେ ଦୋଳି ଖେଳିବା ସହ ସେଠାରେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି। ପୂର୍ବରୁ ଅନାବନା ଗଛରେ ପରିପୂର୍ଣ୍ଣ ଥିବା ହେତୁ ବିଷଧର ସରୀସୃପଙ୍କ ଭୟରେ ପିଲାମାନେ ସେଠାକୁ ଯିବାକୁ ଭୟ କରୁଥିଲେ । ଏଥିସହ ସନ୍ଧ୍ୟାରେ ପୁଇଁତୋଳା ଗ୍ରାମର ଯୁବ ଗୋଷ୍ଠୀଙ୍କ ମଧ୍ୟ ସେଠାରେ ଆସର ଜମୁଥିବା ଦେଖିବାକୁ ମିଳୁଥିଲା। ପ୍ରଶାସନ ପକ୍ଷରୁ ସହର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଶିଶୁ ପାର୍କ ନିର୍ମାଣ କରାଯାଇଛି ।