ଗଞ୍ଜାମ,୨।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ଏକ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ସେହି ସ୍କୁଲର ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ହୁମ୍ମା ଫାଣ୍ଡି ପୋଲିସ ଉକ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ଶନିବାର ଅଟକ ରଖି ପଚରାଉଚରା କରିଥିଲା। ରବିବାର ଅଟକ ତଥା ଅଭିଯୁକ୍ତ ଶିକ୍ଷକ ବୋରିଗାଁ ଗ୍ରାମର ଲିଙ୍ଗରାଜ ମହାଙ୍କୁଡ଼ (୪୦)ଙ୍କୁ କୋର୍ଟଚାଲାଣ କରାଯାଇଥିବା ହୁମା ଫାଣ୍ଡି ଅଧିକାରୀ ସତ୍ୟବ୍ରତ ବେଣିଆ ସୂଚନା ଦେଇଛନ୍ତି । ପ୍ରକାଶ ଯୋଗ୍ୟ, ଗଡ଼ହୁମ୍ମା ପ୍ରାଥମିକ ବିଦ୍ୟାଳୟରେ ଶନିବାର ସକାଳ ସ୍କୁଲରେ ପାଠ ପାଢା ଚାଲିଥିବା ବେଳେ ଏକୁଟିଆ ସୁଯୋଗ ନେଇ ଶିକ୍ଷକ ଲିଙ୍ଗରାଜ ମହାଙ୍କୁଡ଼ ଛାତ୍ରୀଙ୍କୁ ପ୍ରଥମେ ଏକ ଚକୋଲେଟ୍ ଦେଇ ଅସଦାଚରଣ କରିଥିଲେ । ସ୍କୁଲ ଛୁଟି ପରେ ଛାତ୍ରୀ ଜଣଙ୍କ ବାପା-ମା’ଙ୍କୁ ଜଣାଇଥିଲେ। ଅଭିଭାବକ ଆସି ଏହାକୁ ବିରୋଧ କରିବା ସହ ରମ୍ଭା ଥାନା ହୁମ୍ମା ଫାଣ୍ଡି ଅଧିକାରୀ ସତ୍ୟଜିତ ବେଣିଆଙ୍କୁ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତ ଶିକ୍ଷକ ଲିଙ୍ଗରାଜ ମହାଙ୍କୁଡ଼ଙ୍କୁ ଅଟକ ରଖି ପଚାରାଉଚରା କରିବା ପରେ ମାମଲା ରୁଜୁ କରି କେସ ନଂ ୮୪୪/୨୫ ରେ ଗିରଫ କରାଯାଇଥିଲା।
\