ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣଙ୍କ ହେଲେ ବାତୋ ପଞ୍ଚାୟତ ଅଞ୍ଜିରା ଗ୍ରାମର ଚିନ୍ତାମଣି ଜେନାଙ୍କ ପୁଅ ବାପୁଜୀ ଜେନା (୧୨) । ସେ ତମ୍ପୋ ସ୍କୁଲରେ ଅଷ୍ଟମ ଶ୍ରେଣୀ ପଢ଼ନ୍ତି । ଗତ ଶୁକ୍ରବାର ଦିନ ସାଙ୍ଗ ହୋଇ ୭ ଜଣ ପିଲାଙ୍କ ସହ ସେ ବୈତରଣୀ ନଦୀର ଅଞ୍ଜିରା ଘାଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ବାପୁଜୀ ଅସାବଧାନତା ବଶତଃ ନଦୀର ଏକ ଖାଲୁଆ ସ୍ଥାନରେ ପଶିଯାଇଥିଲେ । ଅନେକ ସମୟ ଧରି ପାଣି ଭିତରୁ ବାହାରି ନଥିବା ବେଳେ ଅନ୍ୟ ସାଙ୍ଗମାନେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ବୋହୁ ଖୋଜାଖୋଜି କରିବା ପରେ କିଛି ସମୟ ପରେ ବାପୁଜୀଙ୍କୁ ଭାସୁଥିବା ଅବସ୍ଥାରେ ନଦୀରୁ ଉଦ୍ଧାର କରିଥିଲେ । ରାମଚନ୍ଦ୍ରପୁରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି ।