ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣା: ୪ ଗିରଫ

ଧର୍ମଶାଳା,୧୫।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଜେନାପୁର ଥାନା ଗଡମଧୁପୁର ପଞ୍ଚାୟତ ପନ୍ତୁରୀଠାରେ ଥିବା ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମ ହାଉସରେ ଗତକାଲି ଘଟିଥିବା ଗଣ୍ଡଗୋଳ ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି। ଏ ନେଇ ଯାଜପୁର ଏସଡିପିଓ ଲକ୍ଷ୍ମୀଧର ସ୍ବାଇଁ ସୋମବାର ଜେନାପୁର ଥାନାରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଗଣ୍ଡଗୋଳ ଘଟଣାକୁ ନେଇ ଡିଆଇଜି ଏବଂ ଏସପିଙ୍କ ନେତୃତ୍ୱରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି କିଛି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ରେଡ କରାଯାଇଥିଲା। ୪ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏହି ଘଟଣାରେ ସଂପୃକ୍ତି ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Dharitri – The Largest & Most Trusted Odia Daily