ଦାରିଙ୍ଗବାଡି, ୨୪।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରାମ୍ବୁଲି ଏବଂ ମିଞ୍ଜାପାଙ୍କା ଗ୍ରାମବାସୀଙ୍କ ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀ ପକ୍ଷରୁ ଆହତ ହୋଇଥିଲେ। ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ରାମ୍ବୁଲି ଗ୍ରାମର ଚାରିଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ କାମଦେବ ମଳିକ, ସାମନ୍ତ ମଳିକ, ଯୁବରାଜ ମଳିକ ଏବଂ ସୁବାସ ମଳିକବୋଲି ବ୍ରାହ୍ମଣୀଗାଁ ପୋଲିସ କହିଛି ସେମାନଙ୍କ ନାମରେ ମାମଲା (୭୨/୨୫ )ରୁଜୁ କରାଯାଇଛି ଏବଂ ଘଟଣାର ଅଧିକ ତଦନ୍ତ କରାଯାଉଛି। ସେହିପରି ଅନ୍ୟ ପକ୍ଷର ଅଭିଯୋଗ ପାଇ ପୋଲିସ ମିଞ୍ଜାପାଙ୍କାର ୨ ଜଣଙ୍କୁ ଥାନାରେ ଅଟକ ରଖିଥିବା ପୋଲିସ ସୂତ୍ର ରୁ ଜଣାପଡିଛି । ୪ ଗିରଫ ବ୍ୟକ୍ତିଙ୍କୁ ବ୍ରାହ୍ମଣୀଗାଁ ଥାନାରୁ ଦାରିଙ୍ଗବାଡି ଥାନା କୁ ଅଣାଯାଇଛି ବିଳମ୍ବିତ ରାତି ସୁଦ୍ଧା ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।
ସୂଚନାଯୋଗ୍ୟ, ରାମ୍ବୁଲି ଗ୍ରାମର କିଛି ଲୋକଙ୍କୁ ସରକାର ଜମିପଟ୍ଟା ଯୋଗାଇଥିଲେ। ଉକ୍ତ ଜମିପଟ୍ଟା କୁ ନେଇ ରାଜସୱନିରୀକ୍ଷକ ଦିଲୀପ କୁମାର ସାହୁ ରାମ୍ବୁଲି ଗ୍ରାମବାସୀର ଉକ୍ତ ଜମିପଟ୍ଟା ପାଇଥିବା ଉପଭୋକ୍ତା ମାନଙ୍କୁ ଜମି ଚି଼ହ୍ନଟ କରି ଦେଇଥିଲେ ତେବେ ମିଞ୍ଜାପାଙ୍କା ଲୋକଙ୍କ ଉକ୍ତ ଜମି ସେମାନେ ଦୀର୍ଘ ବର୍ଷ ହେଲା ଚାଷ କରୁଥିବା ଦାବି କରିବା ସହ ଉକ୍ତ ଜମିକୁ ମେସିନ ଲଗାଇ ସଫେଇ କରୁଥିଲେ ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ସଂଘର୍ଷ ହୋଇଥିଲା। ପରେ ଏନେଇ ଥାନାରେ ଆଲୋଚନା ପାଇଁ ସାଂରେ ପୋଲିସ ପ୍ରଶାସନ, ଅତିରିକ୍ତ ତହସିଲଦାର ଫାଲ୍ଗୁନୀ କୁମାର, ରାଜସୱ ନିରୀକ୍ଷକ ଦିଲୀପ କୁମାର ସାହୁ, ଏବଂ ଉଭୟଗୋଷ୍ଠୀ ବସି ଆଲୋଚନା ହୋଇଥିଲା। ତହସିଲ କାର୍ଯ୍ୟାଳୟ ପକ୍ଷରୁ ମିଞ୍ଜାପାଙ୍କା ଲୋକଙ୍କୁ ପନ୍ଦର ଦିନ ମଧ୍ୟରେ ରାମ୍ବୁଲି ଲୋକଙ୍କୁ ଦିଆଯାଇଥିବା ଜମି ଯଦି ତାଙ୍କର ତେବେ ପ୍ରମାଣ ଦିଆଯିବାକୁ କୁହାଯାଇଥିଲା। ତେବେ କିଛି ମାତ୍ରା ରେ ଆଲୋଚନା ଫଳପ୍ରଦ ହୋଇଥିଲେ ମଧ୍ୟ ଯେଉଁ ଭଳି ଆକ୍ରମଣ ଓ ପ୍ରତିଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଛି। ତାର ତଦନ୍ତ କରାଯାଇ ଗିରଫଦାରୀ କରାଯିବ ବୋଲି ପୋଲିସ କହିଛି । ଫଳରେ ଉଭୟ ଗୋଷ୍ଠୀ ପାଇଁ ଅଡୁଆ ବଢିଥିବା ଜଣାପଡିଛି।