ଗଜଲକ୍ଷ୍ମୀ ପୂଜା ପାଇଁ ସହର ଉତ୍ସବ ମୁଖର, ୬ ଦିନ ଯାଏ ଚାଲିବ…

ଭଞ୍ଜନଗର,୬।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ସହର ଉତ୍ସବ ମୁଖର ହୋଇ ଉଠିଛି। ଭଞ୍ଜନଗର ସହରର ବସଷ୍ଟାଣ୍ଡ ସମେତ ବିଭିନ୍ନ ଗଳିରେ ଗଜ ଲକ୍ଷ୍ମୀ ପୂଜା ହେଉଛି। ଏଥିସହ ବାଉଁଶଲୁଣ୍ଡି , ମୁଜାଗଡ଼ ସମେତ ଗ୍ରାମାଞ୍ଚଳର ବିଭିନ୍ନ ଗ୍ରାମରେ ଆଜି ଠାରୁ ପୂଜା। ତେଣୁ ଆଜି ସମସ୍ତ ପୂଜା କମିଟି ପକ୍ଷରୁ କଳସ ଶୋଭାଯାତ୍ରା ହୋଇଥିଲା। ଏହାପରେ ବିଭିନ୍ନ ପୂଜା ହୋଇଥିଲା। ମୂଜାଗଡରେ ୬ ଦିନ ବ୍ୟାପି କାର୍ଯ୍ୟକ୍ରମ ହେବ। ଏହି ଅବସରରେ ବିଭିନ୍ନ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଗ୍ରାମର ତୁମ୍ବେଶ୍ୱର୍‌ କ୍ଲବ ଓ ମଙ୍ଗଳ ମୂର୍ତ୍ତି ୟୁଥ କ୍ଳବ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ହେଉଛି। ସେହିଭଳି ବାଉଁଶଲୁଣ୍ଡି ବାଞ୍ଚେଶ୍ୱର ପୂଜା କମିଟି ପକ୍ଷରୁ ମଧ୍ୟ ୬ ଦିନ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି।