ତେଜିଲା ଆନ୍ଦୋଳନ: ଜାତୀୟ ରାଜପଥ ଅବରୋଧ କଲା ନାଗରିକ କମିଟି

ରେଢାଖୋଲ,୨୪।୭: ପାଉଁଶ ବୋଝେଇ ଡମ୍ଫର ଓଭରଲୋଡିଂକୁ ବିରୋଧ କରି ରେଢାଖୋଲରେ ଗୁରୁବାର ଆନ୍ଦୋଳନ କରାଯାଇଛି। ରେଢାଖୋଲ ନାଗରିକ କମିଟି ପକ୍ଷରୁ ରେଢାଖୋଲ ଭୀମ ଭୋଇ ଛକରେ NH-୫୫ ଅବରୋଧ କରାଯାଇଛି। ଆନ୍ଦୋଳନ ଯୋଗୁ ୫୫ ନମ୍ବର ଜାତୀୟ ରାଜପଥରେ ଶହ ଶହ ଗାଡ଼ି ଅଟକି ରହିଛି। ଖବର ପାଇ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରୁଛନ୍ତି। ହେଲେ ଆନ୍ଦୋଳନ ଜାରି ରହିଥିବା ସୂଚନା ମିଳିଛି।