ତେଜିଲା ଆନ୍ଦୋଳନ: ଜାତୀୟ ରାଜପଥ ଅବରୋଧ କଲା ନାଗରିକ କମିଟି

ରେଢାଖୋଲ,୨୪।୭: ପାଉଁଶ ବୋଝେଇ ଡମ୍ଫର ଓଭରଲୋଡିଂକୁ ବିରୋଧ କରି ରେଢାଖୋଲରେ ଗୁରୁବାର ଆନ୍ଦୋଳନ କରାଯାଇଛି। ରେଢାଖୋଲ ନାଗରିକ କମିଟି ପକ୍ଷରୁ ରେଢାଖୋଲ ଭୀମ ଭୋଇ ଛକରେ NH-୫୫ ଅବରୋଧ କରାଯାଇଛି। ଆନ୍ଦୋଳନ ଯୋଗୁ ୫୫ ନମ୍ବର ଜାତୀୟ ରାଜପଥରେ ଶହ ଶହ ଗାଡ଼ି ଅଟକି ରହିଛି। ଖବର ପାଇ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରୁଛନ୍ତି। ହେଲେ ଆନ୍ଦୋଳନ ଜାରି ରହିଥିବା ସୂଚନା ମିଳିଛି।

Share