CISF ଜବାନ ଶହୀଦ: ଜନ୍ମମାଟିକୁ ବାହାରିଲା ଶୋଭାଯାତ୍ରା

ଅତାବିରା,୨୯।୧୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ସୋଢାପାଲି ଗ୍ରାମର ଦୂର୍ବାଦଳ ଭୁଏ। ତାମିଲନାଡୁର ମହେନ୍ଦ୍ରଗିରିରେ କାର୍ଯ୍ୟରତ ସମୟରେ ଶହୀଦ ହୋଇଛନ୍ତି। ଆଜି ଆଉ କିଛି ସମୟ ପରେ ତାଙ୍କ ଗ୍ରାମକୁ ତାଙ୍କର ପାର୍ଥିବଶରୀର ପହଞ୍ଚତ୍। ସେଠାରେ ତାଙ୍କୁ CISF ତରଫରୁ ଗାର୍ଡ ଅଫ ଅନର ଦିଆଯିବ। ତାଙ୍କ ପରିବାରରେ ସେ ପଛରେ ବାପା ମା’ ଓ ଦୁଇଟି ଭାଇଙ୍କୁ ଛାଡ଼ି ଯାଇଛନ୍ତି। ଗତ ୫ ବର୍ଷ ଧରି ସେ CISFରେ କାର୍ଯ୍ୟ କରି ଆସୁଥିଲେ। ଅତାବିରା ଥାନାରେ ତାଙ୍କ ପାର୍ଥିବ ଶରୀର ଗ୍ରାମବାସୀ ରିସିଭ କରି ଏକ ଶୋଭାଯାତ୍ରାରେ ତାଙ୍କ ଜନ୍ମଭୂମି ସୋଢାପାଲି ନିଆଯାଉଛି।

 

Dharitri – Odisha’s No.1 Odia Daily

 

Share