ଭଞ୍ଜନଗର,୯।୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଷଡ଼ଙ୍ଗୀ ପଲ୍ଲୀ ଛକ ନିକଟରେ ଶୁକ୍ରବାର ରାତି ପ୍ରାୟ ୮ ଟାରେ ଏକ ସ୍କୁଲ ଅଟୋ ସହ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାରୁଡ଼ା ଗ୍ରାମର ଜଣେ ବାଇକ ଚାଳକ ଆହତ ହୋଇଛନ୍ତି। ସ୍କୁଲ ଛାତ୍ରୀଛାତ୍ରମାନଙ୍କ ସେଭଳି କୌଣସି ବିଶେଷ କ୍ଷତି ହୋଇନାହିଁ। ବାଇକ ଓ ଅଟୋ କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ ସଂମ୍ପୃକ୍ତ ରାସ୍ତାରେ ନିଆଁ ଲିଭାଇ ଆସୁଥିବା ଦମକଳବାହୀନି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ।
ସ୍କୁଲ ଅଟୋରେ ଛାତ୍ରୀଛାତ୍ରୀମାନେ ଟ୍ୟୁଶନ ସାରି ଘରକୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସେହିଭଳି ଏହା ପୁର୍ବରୁ ବେଣା କୁନ୍ଦା ଛକରେ ଆଜି ଦୁଇଟି ବାଇକ ମଧ୍ୟରେ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି । ସେହିଭଳି ତାର ତାରସିଂ ଥାନା ଅଂଚଳରେ ଆଜି ଆଉ ଏକ ବାଇକ ଧକ୍କାରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି। ଆହତ ସମସ୍ତେ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି।
Dharitri – Odisha’s No.1 Odia Daily