ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି. ବେଗ ପ୍ରାପ୍ତ ହୋଇଛି। ଏହାର ବେଗ ଏତେ ଦ୍ରୁତ ଯେ, ତାହା ବୁଝିବା ଆଗରୁ ଟ୍ରେନ୍‌ ଆଖିରୁ ଅଦୃଶ୍ୟ ହୋଇଯିବ।

ଚାଇନା ନ୍ୟାଶନାଲ ୟୁନିଭର୍ସିଟି ଅଫ୍‌ ଡିଫେନ୍ସ ଟେକ୍‌ନୋଲୋଜିର ଗବେଷକମାନେ ଏକ ମ୍ୟାଗ୍ନେଟିକ୍‌ ଲେଭିଟେଶନ ଟ୍ରେନ୍‌ର ପରୀକ୍ଷା କରିଛନ୍ତି। ପ୍ରାୟ ୧,୦୦୦ କିଲୋଗ୍ରାମ ଓଜନର ଏକ ଟ୍ରେନ୍‌କୁ ସେମାନେ ୨ ସେକେଣ୍ଡରେ ଧାର୍ଯ୍ୟ ବେଗରେ ପହଞ୍ଚାଇ ପାରିଛନ୍ତି। ଏକ ୪୦୦ ମିଟର ମାଗ୍‌ଲେଭ୍‌ ଟ୍ରାକ୍‌ରେ ଉକ୍ତ ପରୀକ୍ଷା କରାଯାଇଥିଲା। ଟ୍ରେନ୍‌ଟି ଉପରୋକ୍ତ ବେଗରେ ପହଞ୍ଚିବା ପରେ ନିରାପଦରେ ଅଟକିଥିଲା। ଫଳରେ ଏହା ଦ୍ରୁତତମ ସୁପର କଣ୍ଡକ୍ଟିଂ ଇଲେକ୍ଟ୍ରିକ୍‌ ମାଗଲେଭ୍‌ ଟ୍ରେନ୍‌ ହୋଇପାରିଛି।