Indian army soldiers drive vehicles along mountainous roads as they take part in a military exercise at Thikse in Leh district of the union territory of Ladakh on July 4, 2020. (Photo by Mohd Arhaan ARCHER / AFP) / ALTERNATE CROP
ଲେହ,୮।୭: ଗତ ୨ ମାସରୁ ପୂର୍ବ ଲଦାଖରେ ଚାଇନା ଓ ଭାରତ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ଏବେ କିଛି ମାତ୍ରାରେ କମ୍ ହେଉଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ଚାଇନା ଲଦାଖର ଏକ ବିବାଦୀୟ ଅଞ୍ଚଳରୁ ନିଜ ସୈନ୍ୟଙ୍କୁ ସମ୍ପୂର୍ଣ୍ଣ ଭାବେ ହଟାଇଦେଇଛି। ସୂଚନାଯୋଗ୍ୟ, ଲଦାଖର ହଟ୍ ସ୍ପିଙ୍ଗ୍ର ପେଟ୍ରୋଲ ପଏଣ୍ଟ ୧୫ରୁ ଭାରତୀୟ ଓ ଚାଇନା ସୈନ୍ୟ ୨କିଲୋମିଟର ପଛକୁ ଫେରିଯାଇଥିବା ଜଣାପଡ଼ିଛି। ତେବେ ଗୁରୁବାର କିମ୍ବା ଶୁକ୍ରବାରକୁ ଗ୍ରୋଗ୍ରାର ପେଟ୍ରୋଲ ପଏଣ୍ଟ-୧୭ଏ’ରୁ ୨କିଲୋମିଟର ପଛକୁ ସେନା ହଟିବେ ବୋଲି ସୂଚନା ରହିଛି।