ଦ୍ରୁତ ହ୍ରାସ ପାଉଛି ଚାଇନା ଜନସଂଖ୍ୟା

ବେଜିଂ,୨୦ା୧(ପି.ଟି.): ୨୦୨୫ରେ ଚାଇନାରେ ଜନ୍ମହାର ୧୦ ବର୍ଷ ପୂର୍ବ ତୁଳନାରେ ୧୦ ନିୟୁତ ହ୍ରାସ ପାଇଥିବାବେଳେ କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଜନସଂଖ୍ୟା ହ୍ରାସ ପାଇଛି। ପୂର୍ବରୁ ଦେଶରେ ଲାଗୁ ହୋଇଥିତ୍ବା ଏକ-ସନ୍ତାନ ନୀତିର ଦୀର୍ଘମିଆଦୀ ପ୍ରଭାବକୁ ଏଥିପାଇଁ ଦାୟୀ କରାଯାଇଛି।
ଜାତୀୟ ପରିସଂଖ୍ୟାନ ବ୍ୟୁରୋ (ଏନ୍‌ବିଏସ୍‌) ତଥ୍ୟ ଅନୁଯାୟୀ, ୨୦୨୫ରେ ୭.୯୨ ନିୟୁତ ପିଲା ଜନ୍ମ ହୋଇଛନ୍ତି, ଯାହାକି ୨୦୨୪ରେ ୯.୫୪ ନିୟୁତ ଥିଲା। ଅର୍ଥାତ ବର୍ଷକ ମଧ୍ୟରେ ଶିଶୁ ଜନ୍ମହାର ୧୭ ପ୍ରତିଶତ ହ୍ରାସ ପାଇଛି। ୧୯୪୯ରୁ ଦେଶରେ ଜନ୍ମହାର ଲିପିବଦ୍ଧ ହେବା ପରଠାରୁ ଏହା ସର୍ବନିମ୍ନ। ୨୦୨୩ରେ ଜନ୍ମହାର ଯଥେଷ୍ଟ କମିଥିଲାବେଳେ ଗତବର୍ଷ ଏହା ଉକ୍ତ ରେକର୍ଡକୁ ଭାଙ୍ଗିଦେଇଛି। ଜନସଂଖ୍ୟାରେ ଭାରତ ୨୦୨୩ରେ ଚାଇନାକୁ ଅତିକ୍ରମ କରିଥିବା ଜାତିସଂଘ ରିପୋର୍ଟରେ କୁହାଯାଇଥିଲା। ବର୍ତ୍ତମାନର ପ୍ରଜନନ ହାର ଆଧାରରେ ଚାଇନାର ଲୋକସଂଖ୍ୟା ୨୧୦୦ ସୁଦ୍ଧା ୬୩.୩ କୋଟିକୁ ହ୍ରାସ ପାଇବ ବୋଲି ଜାତିସଂଘର ଅର୍ଥନୀତି ଓ ସାମାଜିକ ବ୍ୟାପାର ବିଭାଗ (ଡିଇଏସ୍‌ଏ) ଆକଳନ କରିଛି। ସୋମବାର ପ୍ରକାଶିତ ଏନ୍‌ବିଏସ୍‌ ତଥ୍ୟ ଅନୁଯାୟୀ, ଚାଇନାର ଲୋକସଂଖ୍ୟା ୨୦୨୫ରେ ୩.୩୯ ନିୟୁତ ହ୍ରାସ ପାଇ ୧୪୦.୪୯ କୋଟିରେ ପହଞ୍ଚତ୍ଥିଲା। ଏହା ପୂର୍ବବର୍ଷ ଲୋକସଂଖ୍ୟା ୧୪୦.୮୩ କୋଟି ଥିଲା।
ଦ୍ରୁତ ବୃଦ୍ଧି ପାଉଥିବା ବରିଷ୍ଠ ଲୋକଙ୍କୁ ନେଇ ଚାଇନା ସମସ୍ୟାର ସମ୍ମୁଖୀନ ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ, ୨୦୨୪ ଶେଷଭାଗରେ ଦେଶର ବରିଷ୍ଠ ନାଗରିକଙ୍କ ସଂଖ୍ୟା ୩୧୦ ନିୟୁତରେ ପହଞ୍ଚତ୍ଥିଲ। ୨୦୨୫ ବେଳକୁ ଏହି ସଂଖ୍ୟା ୪୦୦ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ୧୯୫୯ ଏବଂ ୧୯୬୧ର ପ୍ରଳୟଙ୍କର ଦୁର୍ଭିକ୍ଷ ବାଦ୍‌ ଗତବର୍ଷ ଚାଇନାରେ ସର୍ବାଧିକ ଜନସଂଖ୍ୟା ହ୍ରାସ ପାଇଥିଲା ବୋଲି ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟ ରିପୋର୍ଟରେ କୁହାଯାଇଛି। ଇତିମଧ୍ୟରେ ଗତବର୍ଷ ପ୍ରାୟ ୧୧.୩୧ ନିୟୁତ ଲୋକଙ୍କ ମୃତ୍ୟୁ ଘଟିଛି, ଯାହାକି ୫ ଦଶନ୍ଧି ମଧ୍ୟରେ ସର୍ବାଧିକ। ଜନସାଂଖି୍ୟକ ସଙ୍କଟ ଅର୍ଥନୀତିକୁ ଗମ୍ଭୀର ଭାବେ ପ୍ରଭାବିତ କରିବ ବୋଲି ସତର୍କ କରାଇ ଦିଆଯାଇଥିବାବେଳେ ବେଜିଂ ୨୦୧୬ରେ ଏକ ସନ୍ତାନ ନୀତିକୁ ଉଚ୍ଛେଦ କରି ଦମ୍ପତିମାନଙ୍କୁ ୨ ସନ୍ତାନ ଜନ୍ମ ପାଇଁ ଅନୁମତି ଦେଇଥିଲା। ଏହା ଫଳପ୍ରଦ ନ ହେବାରୁ ୨୦୨୧ରେ ଦମ୍ପତିଙ୍କୁ ୩ଟି ସନ୍ତାନ ଜନ୍ମ ଅନୁମତି ମିଳିଥିଲା।

 

Dharitri – The Largest & Most Trusted Odia Daily

Share