President-elect Joe Biden smiles as he speaks Tuesday, Nov. 10, 2020, at The Queen theater in Wilmington, Del. (AP Photo/Carolyn Kaster)
ନ୍ୟୁୟର୍କ, ୫।୩(ଆଇଏଏନ୍ଏସ୍):ଚାଇନାରୁ ଅନ୍ତର୍ଜାତୀୟ ବ୍ୟବସ୍ଥା ପ୍ରତି ବିପଦ ବଢ଼ୁଥିବାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ହାଇ ଆଲର୍ଟ ଜାରି କରିଛନ୍ତି। ଏଥିସହିତ ସମଭାବାପନ୍ନ ଦେଶଗୁଡ଼ିକ ସହ ମେଣ୍ଟ ଗଠନ ଲାଗି ବାଇଡେନ ଆହ୍ବାନ ଦେଇଛନ୍ତି। ଆମେରିକା ଭାରତ ସହ ସମ୍ପର୍କକୁ ଆହୁରି ମଜଭୁତ୍ କରିବ ବୋଲି ସେ କହିଛନ୍ତି। ବୁଧବାର ବାଇଡେନ୍ ଜାରି କରିଥିବା ଅନ୍ତରୀଣ ଜାତୀୟ ସୁରକ୍ଷା ପରାମର୍ଶରେ ଚାଇନାକୁ ଅଲଗା କରାଯାଇଛି। ଚାଇନା ଏପରି ଏକ ପ୍ରତିଦ୍ୱନ୍ଦ୍ୱୀ ଯାହା ନିଜର ବହୁବିଧ ସାମର୍ଥ୍ୟ ବଳରେ ଅନ୍ତର୍ଜାତୀୟ ବ୍ୟବସ୍ଥା ପ୍ରତି ଦୀର୍ଘମିଆଦୀ ଚ୍ୟାଲେଞ୍ଜ ସୃଷ୍ଟି କରିପାରିବ। ଚାଇନାର ପଡୋଶୀମାନଙ୍କୁ ଆମେରିକା ସମର୍ଥନ କରିବା ସହ ଭାରତ ସହିତ ସମ୍ପର୍କ ବଢ଼ାଇବ ବୋଲି ବାଇଡେନ୍ ଉକ୍ତ ଦସ୍ତାବିଜ୍ରେ କହିଛନ୍ତି। ଚାଇନାର ମୁକାବିଲା ପାଇଁ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକର ସହଯୋଗ ଜରୁରୀ ହୋଇପଡ଼ିଛି। ଚାଇନା ଏବଂ ରୁଷିଆଠାରୁ ଆମେରିକା ଓ ଏହାର ମିତ୍ରରାଷ୍ଟ୍ରଗୁଡ଼ିକ ପ୍ରତି ସିଧାସଳଖ ବିପଦ ରହିଥିବାବେଳେ ଏହାର ପ୍ରତିରୋଧ କରିବାକୁ ହେବ। ଆମେରିକା ଏକାକୀ ଏହି କାମ କରିପାରିବ ନାହିଁ। ସେଥିପାଇଁ ସାରା ବିଶ୍ୱରେ ଥିବା ଆମର ମିତ୍ର ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଶକ୍ତିଶାଳୀ ଓ ଆଧୁନିକୀକରଣ କରାଯିବ ବୋଲି ବାଇଡେନ୍ କହିଛନ୍ତି।