FILE PHOTO: Russian President Vladimir Putin attends a meeting with Chinese President Xi Jinping in Beijing, China February 4, 2022. Sputnik/Aleksey Druzhinin/Kremlin via REUTERS ATTENTION EDITORS - THIS IMAGE WAS PROVIDED BY A THIRD PARTY./File Photo
ବେଜିଂ/ମସ୍କୋ,୨୫।୨: ରୁଷିଆର ଆକ୍ରମଣ ପରେ ୟୁକ୍ରେନରେ ବିଧ୍ୱଂସ ଘଟିଛି। ଶୁକ୍ରବାର ସକାଳେ ରାଜଧାନୀ କ୍ୱିଭ୍ରେ ରୁଷିଆ ସୈନ୍ୟ ପହଞ୍ଚି ସେଠାରେ ୬ଥର କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲେ। ରୁଷିଆ ଆକ୍ରମଣରେ ୟୁକ୍ରେନ୍ରେ ଏପର୍ଯ୍ୟନ୍ତ ୧୩୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୧୬ ଜଣ ଆହତ ହୋଇଛନ୍ତି। ଇତିମଧ୍ୟରେ ୟୁକ୍ରେନ ସଙ୍କଟକୁ ନେଇ ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ସହ ଆଲୋଚନା କରିଛନ୍ତି। ଉଭୟ ପକ୍ଷ ଆପୋଷ ବୁଝାମଣା କରି ସମସ୍ୟାର ସମାଧାନ କରିବାକୁ ପୁଟିନ୍ଙ୍କୁ ଜିନ୍ପିଙ୍ଗ୍ ପରାମର୍ଶ ଦେଇଛନ୍ତି। ତେବେ ଚାଇନା ରାଷ୍ଟ୍ରପତିଙ୍କ ସହ ବାର୍ତ୍ତାଳାପ ପରେ ପୁଟିନ୍ ୟୁକ୍ରେନ ସହ ଆଲୋଚନା ପାଇଁ ରାଜି ହୋଇଥିବା କୁହାଯାଉଛି। ତେବେ ୨ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଟଳିବା ନେଇ କିଛି ମାତ୍ରାରେ ଆଶା କରାଯାଉଛି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ରୁଷିଆ ସହ ଆଲୋଚନା ପାଇଁ ୟୁକ୍ରେନ ପ୍ରଥମେ ପ୍ରସ୍ତାବ ଦେଇଥିଲା।