ସମୁଦ୍ର ମଝିରୁ ସାଟେଲାଇଟ୍‌ ଲଞ୍ଚ୍‌ କଲା ଚାଇନା

ବେଜିଂ,୧୪।୧: ଚାଇନା ସୋମବାର ପ୍ରଥମଥର ପାଇଁ ସମୁଦ୍ର ମଧ୍ୟରୁ ରକେଟ୍‌ ଯୋଗେ ସଫଳତାର ସହ କେତେକ ସାଟେଲାଇଟ୍‌କୁ ଉତ୍‌କ୍ଷେପଣ କରିଛି। ବ୍ୟବସାୟିକ ମହାକାଶ ଗବେଷଣାରେ ଏହା ଏକ ଉଲ୍ଲେଖଯୋଗ୍ୟ ପଦକ୍ଷେପ। ଶାଣ୍ଡୋଙ୍ଗ୍‌ ପ୍ରଦେଶର ହୈୟାଙ୍ଗ ନିକଟ ସମୁଦ୍ରରୁ ଚାଇନାର ସ୍ମାର୍ଟ ଡ୍ରାଗନ୍‌-୩ ରକେଟ୍‌ ୧୦ଟି ସେଣ୍ଟିସ୍ପେସ୍‌-୦୧ ସାଟେଲାଇଟ୍‌କୁ ଲଞ୍ଚ୍‌ କରିବା ସହ ନିର୍ଦ୍ଦିଷ୍ଟ କକ୍ଷପଥରେ ଅବସ୍ଥାପିତ କରିଛି। ତାଇୟୁଆନ୍‌ ସାଟେଲାଇଟ୍‌ ଲଞ୍ଚ୍‌ ସେଣ୍ଟର ଏହି ମିଶନର ତଦାରଖ କରୁଥିଲା। ସାଟେଲାଇଟ୍‌ ଲଞ୍ଚ୍‌ ପାଇଁ ସୁରକ୍ଷା ଦୃଷ୍ଟିରୁ ଏବଂ କମ୍‌ ଖର୍ଚ୍ଚ ପାଇଁ ହୈୟାଙ୍ଗ ନିକଟ ସାଗରକୁ ଚୟନ କରାଯାଇଥିଲା। ପୃଥିବୀର ନିମ୍ନ କକ୍ଷପଥକୁ କ୍ଷୁଦ୍ର ଉପଗ୍ରହ ପଠାଇବା ପାଇଁ ଚାହିଦା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଚାଇନା ଏକାଡେମୀ ଅଫ୍‌ ଲଞ୍ଚ୍‌ ଭେହିକିଲ୍‌ ଟେକ୍‌ନୋଲୋଜି ପକ୍ଷରୁ ସ୍ମାର୍ଟ ଡ୍ରାଗନ୍‌-୩ ରକେଟ ନିର୍ମାଣ କରାଯାଇଥିଲା।

Share