ଓ୍ବାଶିଂଟନ,୯।୩: କୋଭିଡ୍-୧୯ ମହାମାରୀକୁ ଲୁଚାଇବା ଏବଂ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ)କୁ ଗଚ୍ଛିତ କରି ରଖିବାର ମନୋମୁଖୀ କାର୍ଯ୍ୟ ପାଇଁ ଚାଇନା ସରକାର ଦାୟୀ ବୋଲି ଆମେରିକା ମିସୌରୀ ରାଜ୍ୟର ଜଣେ ବିଚାରପତି କହିଛନ୍ତି।
୨୦୧୯ରେ ଚାଇନାରୁ ଉତ୍ପନ୍ନ ଏହି ଭୂତାଣୁ ଯୋଗୁ ବିଶ୍ୱବ୍ୟାପୀ ମହାମାରୀରେ ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏଥିପାଇଁ ମିସୌରୀରେ ହୋଇଥିବା କ୍ଷୟକ୍ଷତି ନିମନ୍ତେ ଚାଇନା ୨୪ ବିଲିୟନ ଡଲାର ପୈଠ କରିବାକୁ ଏହାର ଡିଷ୍ଟ୍ରିକ୍ଟ କୋର୍ଟର ବିଚାରପତି ଷ୍ଟିଫେନ୍ ଏନ୍ ଲିମ୍ବାଉଘ୍ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୦ରେ ମିସୌରୀ ରାଜ୍ୟ ପକ୍ଷରୁ ଚାଇନା ସରକାର ଏବଂ କୋଭିଡ୍ ଭୂତାଣୁର ଉତ୍ପତ୍ତି ସ୍ଥଳ ଉହାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ବିରୋଧରେ ମୋକଦ୍ଦମା ଦାଏର କରିଥିଲେ। ବିଚାରପତିଙ୍କ ରାୟକୁ ଚାଇନା ଅଗ୍ରାହ୍ୟ କରିଥିବା ବେଳେ ଏହା ବିରୋଧରେ ପଦକ୍ଷେପ ନେବା ପାଇଁ କହିଛି।