Actor Navdeep, Co Founder C Space Along With Rakesh Rudravanka - CEO - C Space
ବେଜିଂ, ୧୮।୧୨: ଚାଇନାର ମହାକାଶଯାନ ଚାଙ୍ଗ’ଇ-୫ ଚନ୍ଦ୍ରପୃଷ୍ଠରୁ ମାଟି ନମୁନା ସଂଗ୍ରହ କରି ଗୁରୁବାର ପୃଥିବୀକୁ ଫେରଛିି। ଚାଇନା ଡିସେମ୍ବର ୨ରେ ରୋବଟ ସହ ମହାକାଶଯାନକୁ ଚନ୍ଦ୍ର ପୃଷ୍ଠର ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରାଇଥିଲା। ଚାଇନା ନ୍ୟାଶନାଲ ସ୍ପେସ୍ ଆଡମିନିଷ୍ଟ୍ରେଶନ (ସିଏନ୍ଏସ୍ଏ) ଅନୁଯାୟୀ ଏହି ମହାକାଶଯାନ ଉତ୍ତର ଚାଇନାର ମୋଙ୍ଗୋଲିଆ ସ୍ବଂୟଶାସିତ ଅଞ୍ଚଳ ସିଜିୱାଙ୍ଗ ବ୍ୟାନରରେ ଅବତରଣ କରିଛି। ୨୦୦୪ରୁ ଚାଇନା ପକ୍ଷରୁ ଆରମ୍ଭ ହୋଇଥିବା ଏହି ମିଶନ ସଫଳ ହୋଇଥିବା ନେଇ ସିଏନ୍ଏସ୍ଏର ମୁଖ୍ୟ ଜାଙ୍ଗ୍ କେଜିଆନ ଘୋଷଣା କରିଛନ୍ତି। ନମୁନା ଆଣିବାକୁ ୪୦ ବର୍ଷ ପୂର୍ବରୁ ଆମେରିକା ଚନ୍ଦ୍ରକୁ ମହାକାଶଚାରୀ ପଠାଇବା ପରଠାରୁ ପ୍ରଥମ କରି ଚାଇନା ଏହି ମିଶନ ଆରମ୍ଭ କରିଥିଲା। ସଂଗୃହୀତ ନମୁନା ପରୀକ୍ଷଣ କରାଯିବା ପରେ ଚନ୍ଦ୍ରପୃଷ୍ଠ ମଣିଷ ପାଇଁ ବାସ ଉପଯୋଗୀ କି ନୁହେଁ ତାହା ଜଣାପଡିବ।