କେସିଙ୍ଗା,୨୩ା୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସିସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠଠାରେ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ (ଜିଜ୍ଞାସା) ଏନର୍ଜି କ୍ଲବ ଦ୍ୱାରା ପ୍ରଧାନ ଶିକ୍ଷକ ଅଭୟ କୁମାର ଦେବତାଙ୍କ ନେତୃତ୍ୱରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲ୍ସି ସରକାରୀ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷୟିତ୍ରୀ ଲିନା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଏଥିରେ ଜୈବିକ ଖତ, ବିଲୁପ୍ତ ଜାତି, ବିଜ୍ଞାନଗାରର ସମସ୍ତ ସାମଗ୍ରୀ, ବିଭିନ୍ନ ଔଷଧୀୟ ବୃକ୍ଷ, ଚତୁଃପାଶର୍ବରେ ଥିବା ପଦାର୍ଥ, ଜିଆ ଖତ ଭଳି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଶେଷରେ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା।