୧୮ବର୍ଷର କମ୍‌ ପିଲାମାନେ ସୋସିଆଲ ମିଡିଆରେ ଖୋଲିପାରିବେନି ଆକାଉଣ୍ଟ! କେନ୍ଦ୍ର ସରକାର ନେଲେ କଡ଼ା ପଦକ୍ଷେପ

ନୂଆଦିଲ୍ଲୀ,୩।୧:ଆଜିର ସମୟରେ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ଅଛି। ଛୋଟରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। କିନ୍ତୁ ଏବେ ଆକାଉଣ୍ଟ ଖୋଲିବା ଉପରେ ଲଗାମ ଲଗାଇଛନ୍ତି କେନ୍ଦ୍ର ସରକାର। ୧୮ବର୍ଷରୁ କମ୍‌ ବୟସର ପିଲାମାନେ ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିଲେ ଅଭିଭାବକଙ୍କ ଅନୁମତି ନେବାକୁ ପଡିବ ବୋଲି ନିୟମ କରାଯାଇଛି।

କହିରଖୁଛୁ କି, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ବ୍ୟକ୍ତିଗତ ଡିଜିଟାଲ ଡାଟା ସୁରକ୍ଷା ଆଇନ (DPDP) ନିୟମ ପାଇଁ ଡ୍ରାଫ୍ଟ ନିୟମ ଜାରି କରିଛି। ଫେବୃଆରୀ ୧୮ ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ଆପତ୍ତି ଆଧାରରେ ବୈଠକରେ ପରିବର୍ତ୍ତନ କରାଯିବ, ନଚେତ ଏହା ଜାରି ରହିବ।

ବର୍ତ୍ତମାନ ସରକାର ପ୍ରସ୍ତୁତ କରିଥିବା ଡ୍ରାଫ୍ଟରେ ନିୟମ ଉଲ୍ଲଂଘନ କଲେ କ’ଣ ଦଣ୍ଡ ଦିଆଯିବ ସେ ବିଷୟରେ ଉଲ୍ଲେଖ ନାହିଁ। ସରକାର ନିୟମ ଜାରି କରିବା ନେଇ ଲୋକଙ୍କଠାରୁ ମତାମତ ଲୋଡିଛନ୍ତି। ଫେବୃଆରୀ ୧୮ ପରେ ଏହା ଉପରେ ଏକ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଯେଉଁଥିରେ ଲୋକଙ୍କ ମତକୁ ବିଚାରକୁ ନିଆଯିବ। ଏହା ସହିତ ନିୟମ ଲାଗୁ ନ କଲେ କମ୍ପାନୀଗୁଡିକ ଉପରେ ମଧ୍ୟ ଜରିମାନା ଲାଗୁ ହେବ। କୁହାଯାଉଛି କି ନିୟମ ଉଳ୍ଲଘଂନ କଲେ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରିବାର ବ୍ୟବସ୍ଥା ରହିଛି।